ଋଷିକେଶ ବୁଲିବାକୁ ଗାର୍ଲଫ୍ରେଣ୍ଡ ସହ ଯାଇଥିଲା ରାଜା ସାହାଣୀ, ଧରିଲା ପୁଲିସ
କଟକ : ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଗଲା ଅଭିଯୁକ୍ତ ରାଜା ସାହାଣୀ। ଷ୍ଟେସନରେ ଉଠିଥିଲା ରାଜାର ଫଟୋ। ଋଷିକେଶ ବୁଲିବାକୁ ଯାଇ ଧରାପଡ଼ିଗଲା। ଷ୍ଟେସନର ଫଟୋ ଦେଖି ଚିହ୍ନିଥିଲା କମିଶନରେଟ ପୁଲିସ। ଆନ୍ତଃରାଜ୍ୟ ଡକାୟତ ରାଜାକୁ ଧରାଇଦେଲା ଫଟୋ। ଉତ୍ତରାଖଣ୍ଡର ଏକ ରେଲୱେ ଷ୍ଟେସନର ଫଟୋ ମିଳିଥିଲା। ସେଠାରେ ବୁଲୁଥିବା ବେଳେ ରାଜାଙ୍କ ଫଟୋ ଉଠିଥିଲା। ଗାର୍ଲଫ୍ରେଣ୍ଡ ସହ ବୁଲିବାକୁ ଯାଇ ଧରାପଡ଼ିଥିଲେ।
ସୂଚନାନୁଯାୟୀ, ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ରାଜାକୁ ଋଷିକେଶରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ କଟକ ଆଣିଛି କମିଶନରେଟ ପୁଲିସ।
Powered by Froala Editor