ଚାଷୀଙ୍କ ପାଇଁ ବଡ଼ ଅପ୍ଡେଟ୍, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ
ଭୁବନେଶ୍ୱର: ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍ଲାଇନ୍ ଧାର୍ଯ୍ୟ ହୋଇଥିବା ବେଳେ ଦରକାର ପଡ଼ିଲେ ଆଉ୨ ଦିନ ପର୍ଯ୍ୟନ୍ତ ଅବଧି ବଢ଼ିପାରେ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ଅନ୍ୟପକ୍ଷେ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ ଦଣ୍ଡ ମାରି ମାରି ଯାଜପୁର ଜିଲାପାଳଙ୍କ ଅଫିସକୁ ଆସିଥିଲେ। ଜିଲାପାଳ ଅଫିସ ସମ୍ମୁଖରେ ଧାନ ଲୋଡ ଥିବା ଗାଡ଼ି ସହ ପ୍ରତିବାଦ ସଭା କରିଥିଲେ ।
Powered by Froala Editor