କେନ୍ଦ୍ରକୁ ଗଲେ ଏହି ଆଇଏଏସ
ଭୁବନେଶ୍ୱର: ୧୯୯୪ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ସନ୍ତୋଷ ଷଡ଼ଙ୍ଗୀ କେନ୍ଦ୍ରକୁ ଯାଇଛନ୍ତି । କେନ୍ଦ୍ର ସ୍କୁଲ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବଭାବେ ଶ୍ରୀ ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି । ନୂଆ ନିଯୁକ୍ତି ପରେ ରାଜ୍ୟସରକାର ସନ୍ତୋଷ ଷଡ଼ଙ୍ଗୀଙ୍କୁ ରିଲିଭ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ଷଡ଼ଙ୍ଗୀଙ୍କ ସ୍ଥାନର ମନୋଜ ମିଶ୍ରଙ୍କୁ ବିଜ୍ଞାନ ଓ ବୈଷୟିକ ସଚିବଭାବେ ନିଯୁକ୍ତି ଦିଆଯାଇଛି ।