ରାଜ୍ୟପାଳ ବୃଦ୍ଧି କଲେ ଫକୀର ମୋହନ ବିଶ୍ଵବିଦ୍ୟାଳୟ କୂଳପତିଙ୍କ କାର୍ଯ୍ୟକାଳ
ବାଲେଶ୍ବର: ଫକୀର ମୋହନ ବିଶ୍ଵବିଦ୍ୟାଳୟର କୂଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟପାଳ। ୬ମାସ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟି। ନୂତନ କୂଳପତି ଯୋଗଦେବା ପର୍ଯ୍ୟନ୍ତ ଦାୟିତ୍ଵରେ ରହିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ବିଶ୍ଵବିଦ୍ୟାଳୟର କୁଳପତି ଦାୟିତ୍ଵରେ ସନ୍ତୋଷ କୁମାର ତ୍ରିପାଠୀ ଅଛନ୍ତି। ତାଙ୍କର କାର୍ଯ୍ୟକାଳ ସରିଆସୁଥିବାରୁ ପୁର୍ନବାର ୬ ମାସ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।
Powered by Froala Editor