Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, January 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତକୁ ଆଟାକ କରିବା ପାଇଁ ପାକିସ୍ତାନ ...

  • ବୁଲେଟ୍ ଟ୍ରେନ୍ ପ୍ରକଳ୍ପ: ପ୍ରଥମ ସେକ୍ସନ ...

  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି ...

  • ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

  • ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ...

  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ...

  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ...

  • ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

  • ଶୀତଦିନେ ଏପରି କରନ୍ତୁ ମେକଅପ

ରାଜ୍ୟ
Home ›› ରାଜ୍ୟ ››ଫାର୍ମା ସମ୍ମିଳନୀକୁ ସମ୍ବୋଧନ କରି ଏହା କହିଲେ ମୁଖ୍ୟମନ୍ତ୍ରୀ

ଫାର୍ମା ସମ୍ମିଳନୀକୁ ସମ୍ବୋଧନ କରି ଏହା କହିଲେ ମୁଖ୍ୟମନ୍ତ୍ରୀ

2025-12-17 07:40:12
14709
Share:
Facebook
Twitter
E-Mail
WhatsApp
Telegram
ଫାର୍ମା ସମ୍ମିଳନୀକୁ ସମ୍ବୋଧନ କରି ଏହା କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଗୁଣାତ୍ମକ ଔଷଧ ଉତ୍ପାଦନ ଏବଂ ଚିକିତ୍ସା ପାଇଁ ଉନ୍ନତ ମାନର ଡ଼ିଭାଇସ ପ୍ରସ୍ତୁତ କରି ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଫାର୍ମା କେନ୍ଦ୍ର ଭାବରେ ଉଭା ହେବା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ତାଜ ଭିଭାନ୍ତା ଠାରେ ଆୟୋଜିତ ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫କୁ ସମ୍ବୋଧନ କରି କହିଛନ୍ତି।

ସୂଚନା ଯୋଗ୍ୟଯେ ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସମୁଦାୟ ୬,୨୬୩ କୋଟି ଟଙ୍କାର ୪୫ଟି ବୁଝାମଣା ପତ୍ର (MoU ) ସ୍ଵାକ୍ଷରିତ ହୋଇଛି, ଯାହା ରାଜ୍ୟରେ ସମୁଦାୟ ୩୮,୪୦୬ ନିଯୁକ୍ତି ସୃଷ୍ଟି କରିବ। ସେଥି ମଧ୍ୟରୁ ଫର୍ମାସ୍ୟୁଟିକାଲସ ପାଇଁ ୩୨ଟି ବୁଝାମଣାପତ୍ର, ମେଡିକାଲ ଉପକରଣ ପାଇଁ ୧୨ଟି ବୁଝାମଣାପତ୍ର ଏବଂ ଏକ ଲ୍ୟାଣ୍ଡମାର୍କ ଶିଳ୍ପ ପାର୍କ ପ୍ରସ୍ତାବ ପାଇଁ ଆଉ ଗୋଟିଏ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ (Odisha Pharmaceutical and Medical Devices Policy 2025) ର ଶୁଭାରମ୍ଭ କରିବା ସହିତ ଖୋର୍ଦ୍ଧା ଠାରେ ଗୋଟିଏ ଉତ୍ସର୍ଗୀକୃତ ଫାର୍ମା ପାର୍କ ତଥା ଏକ ମେଡିକାଲ ଡ଼ିଭାଇସେସ୍ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ନିବେଶକ ମାନଙ୍କର ପ୍ରଥମ ପସନ୍ଦର ରାଜ୍ୟ କରିବାକୁ ସରକାର ସମସ୍ତ ପ୍ରକାର ଆବଶ୍ୟକତାକୁ ପୂରଣ କରୁଛନ୍ତି। ଏଥିସହିତ ରାଜ୍ୟରେ ଅଣ ପାରମ୍ପରିକ ଉଦ୍ୟୋଗକୁ ମଧ୍ୟ ବିକାଶ କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ବର୍ତ୍ତମାନ ପୁଞ୍ଜି ନିବେଶ ପାଇଁ ଦେଶର ସବୁଠାରୁ ଉତ୍କୃଷ୍ଟ ରାଜ୍ୟ ମଧ୍ୟରୁ ଗୋଟିଏ। ଆମର ଶିଳ୍ପ ଇକୋସିଷ୍ଟମ ଦେଶର ସର୍ବୋତ୍ତମ ପରିବେଶ ମଧ୍ୟରେ ଅନ୍ୟତମ। ଅନ୍ୟାନ୍ୟ ଶିଳ୍ପ ସହିତ ଔଷଧ ଉତ୍ପାଦନରେ  ମଧ୍ୟ ଓଡିଶାକୁ ଏକ ପ୍ରମୁଖ କେନ୍ଦ୍ର କରିବା ଆମର ଲକ୍ଷ୍ୟ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଧାତୁ, ଖଣିଜ ଏବଂ ରାସାୟନିକ କ୍ଷେତ୍ର ଗୁଡିକ ହେଉଛି ଆମ ଓଡିଶାରେ ଶିଳ୍ପର ବ୍ୟାକବୋନ୍। କିନ୍ତୁ ରାଜ୍ୟର ସମ୍ବଳକୁ ଲୋକାଭିମୁଖୀ କରିବା ପାଇଁ, ଆମକୁ ଆହୁରି ଆଗକୁ ଯିବାକୁ ପଡିବ। ତେଣୁ ଆମେ  ଭିତ୍ତିଭୂମି, ନବସୃଜନ ଶକ୍ତି ଓ ଜ୍ଞାନଭିତ୍ତିକ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ ଦେଇଛୁ। ଗତ ଦେଢ ବର୍ଷ ଭିତରେ ରାଜ୍ୟରେ ଶିଳ୍ପର ବ୍ୟାପକ ବିବିଧକରଣ ହୋଇଛି। ଓଡିଶାରେ କେମିକାଲ୍‍ସ, ପେଟ୍ରୋକେମିକାଲ୍‍ସ, ଗ୍ରୀନ ଏନର୍ଜି, ଫିନଟେକ୍, ଇଲେକ୍ଟ୍ରୋନିକ୍‍ସ, ସେମିକଣ୍ଡକ୍ଟର, ବୟନଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶ ଆସିଛି। ଆଜି ଠାରୁ ଫାର୍ମା କ୍ଷେତ୍ରରେ ମଧ୍ୟ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଶିଳ୍ପ, ସମଗ୍ର ବିଶ୍ୱର ଶିଳ୍ପ ସହିତ ଯୋଡି ହେଉ, ଏବଂ ସମଗ୍ର ବିଶ୍ୱର ଶିଳ୍ପ କ୍ଷେତ୍ରରେ ଓଡ଼ିଶା ନିଜର ପରିଚୟ ସୃଷ୍ଟି କରିବା ଆମର ଲକ୍ଷ୍ୟ ।

ଫାର୍ମା କ୍ଷେତ୍ର ଉପରେ ଆଲୋକପାତ କରି ସେ କହିଲେ ଯେ ଗତ ଦେଢ଼ ବର୍ଷ ମଧ୍ୟରେ, ଆମେ ରାଜ୍ୟର ଶିଳ୍ପ ନୀତି ଏବଂ ଫାର୍ମା ନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିଛୁ। ଆମର ଫାର୍ମା ନୀତି ଦେଶର ସର୍ବୋତ୍ତମ ନୀତି ମଧ୍ୟରୁ ଗୋଟିଏ। ନୂଆ ଫାର୍ମା ନୀତିରେ ଗବେଷଣା, ପୁଞ୍ଜି ନିବେଶ, ଭିତ୍ତିଭୂମି ନିର୍ମାଣ, ନିଯୁକ୍ତି ଇତ୍ୟାଦି ଫାର୍ମା କ୍ଷେତ୍ରର ପ୍ରତ୍ୟେକ ଅଂଶକୁ ପ୍ରୋତ୍ସାହନ ଦିଆଯାଇଛି ବୋଲି ସେ କହିଥିଲେ। 

 ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଫାର୍ମା କ୍ଷେତ୍ର ନୂତନ ଶିଖର ଛୁଇଁବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିବା ସହିତ ଗୁଣବତ୍ତା ଏବଂ ମୂଲ୍ୟ ଦୃଷ୍ଟିରୁ, ଓଡ଼ିଶାର ଫାର୍ମା ଉତ୍ପାଦ ବିଶ୍ୱରେ ସବୁଠାରୁ ଆକର୍ଷଣୀୟ ହେବ, ଏବଂ ମେଡ-ଟେକ୍ ଉତ୍ପାଦନରେ ମଧ୍ୟ ଏହା ଓଡ଼ିଶାର ସୁନାମ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ପ୍ରମୁଖ ଉପସ୍ଥିତ ଥିଲେ। 

Powered by Froala Editor

Tags Cm

Related articles Odisha News Lens 4.1

  • ଭାରତକୁ ଆଟାକ କରିବା ପାଇଁ ପାକିସ୍ତାନ କରୁଛି ଯୋଜନା: ଦିଲ୍ଲୀ ସମେତ ଜାମ୍ମୁ ଓ ...
    ଦେଶ-ଦେଶାନ୍ତର

    ଭାରତକୁ ଆଟାକ କରିବା ପାଇଁ ପାକିସ୍ତାନ କରୁଛି ଯୋଜନା: ଦିଲ୍ଲୀ ସମେତ ଜାମ୍ମୁ ଓ ...

    14175
    Jan 23, 2026
  • ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ
    ଦେଶ-ଦେଶାନ୍ତର

    ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

    13688
    Jan 22, 2026
  • ବୁଲେଟ୍ ଟ୍ରେନ୍ ପ୍ରକଳ୍ପ: ପ୍ରଥମ ସେକ୍ସନ ସୁରଟରୁ ବିଲିମୋରା ରହିବ
    ଦେଶ-ଦେଶାନ୍ତର

    ବୁଲେଟ୍ ଟ୍ରେନ୍ ପ୍ରକଳ୍ପ: ପ୍ରଥମ ସେକ୍ସନ ସୁରଟରୁ ବିଲିମୋରା ରହିବ

    15329
    Jan 23, 2026
  • ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଲେ ...
    ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଲେ ...

    15450
    Jan 22, 2026
  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

    13778
    Jan 21, 2026
  • ଶୀତଦିନେ ଏପରି କରନ୍ତୁ ମେକଅପ
    ବିଶେଷ

    ଶୀତଦିନେ ଏପରି କରନ୍ତୁ ମେକଅପ

    15525
    Jan 21, 2026
  • ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍
    ଦେଶ-ଦେଶାନ୍ତର

    ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

    14727
    Jan 21, 2026
  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ...
    ଦେଶ-ଦେଶାନ୍ତର

    ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ...

    15861
    Jan 22, 2026
  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି  ବିଦ୍ୟାଦାତ୍ରୀ ମା’ ସରସ୍ୱତୀ
    ବିଶେଷ

    ଆଜି ଧରାପୃଷ୍ଠରେ ବିରାଜିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

    14879
    Jan 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା ...

    14618
    Jan 22, 2026
  • ବିଶେଷ

    ଶୀତଦିନେ ଏପରି କରନ୍ତୁ ମେକଅପ

    15525
    Jan 21, 2026
  • ଦେଶ-ଦେଶାନ୍ତର

    ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

    14727
    Jan 21, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17313
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17382
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17726
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16202
    Apr 03, 2021

ବିଶେଷ

  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

    14879
    Jan 23, 2026
  • ଶୀତଦିନେ ଏପରି କରନ୍ତୁ ମେକଅପ

    15525
    Jan 21, 2026
  • ସକାଳୁ ଖାଲି ପେଟରେ ଚା ପିଇବା ଦ୍ବାରା ହୋଇଥାଏ ଏହିସବୁ ସମସ୍ୟା

    16126
    Jan 19, 2026
  • ଅତ୍ୟଧିକ ମାତ୍ରାରେ ରସୁଣ ଖାଇବା ଶରୀର ପାଇଁ ହୋଇଥାଏ କ୍ଷତିକାରକ

    15765
    Jan 17, 2026
  • ଶୀତଦିନେ ଓଠ ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    16423
    Jan 16, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

ଭୁବନେଶ୍ୱର: ସାମ୍ପ୍ରତିକ ସମୟର ବିଳମ୍ବିତ ରାତି, ଅଧିକ ଚାପ ଏବଂ ପୋଷଣ ହ୍ରାସ ଖାଦ୍ୟ ଯୁଗରେ ସବୁଠାରୁ ସୁସ୍ଥ କେଶ, ତ୍ୱଚା ଏବଂ ନଖ ମଧ୍ୟ ସେଗୁଡିକର ମଜଭୁତପଣ ହରାଇପାରେ । ଉପଭୋକ୍ତାମାନେ ସମାଧାନଗୁଡିକ ଭିତରେ ଅଧିକର ...

  • ୧.୪୦ ଲକ୍ଷ ଟପିଲା ସୁନା

    15723
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15474
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14439
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14542
    Dec 23, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ

    15861
    Jan 22, 2026
  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

    13778
    Jan 21, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    14618
    Jan 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In