ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର
ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ । ବରମୁଣ୍ଡା ବସ୍ ଟର୍ମିନାଲ ବିଲ୍ଡିଂରେ କାର୍ୟ୍ୟକ୍ଷମ ହେବ ଏହି ଭିସା ସେଣ୍ଟର । ଏଥିପାଇଁ ରାଜ୍ୟ ସରକାର ୩ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ । ଭିସା ପାଇଁ ଆଉ କଲକାତା, ଦିଲ୍ଲୀ, ହାଇଦ୍ରାବାଦ ଯିବାକୁ ପଡିବ ନାହିଁ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍ଡିଙ୍ଗ୍ ରେ କାର୍ୟ୍ୟକ୍ଷମ ହେବ, ଯାହା ପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇଦେବେ।
Powered by Froala Editor