ମାଲକାନଗିରିରେ ଇଣ୍ଟରନେଟ୍ ସେବା ସ୍ଵାଭାବିକ
ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍ ସେବା। ଗତ ସୋମବାର ସନ୍ଧ୍ୟା ୬ଟାରୁ କଟକଣା ଲାଗୁ ହୋଇଛି। ପର୍ୟ୍ୟାୟ କ୍ରମେ କଟକଣା ୬ଥର ବୃଦ୍ଧି ହୋଇଥିଲା। ଆଜି ଦିନ ୧୨ଟା ଯାଏଁ କଟକଣା ଥିଲା। ଏମ୍ଭି ୨୬ ଓ ରାଖେଲଗୁଡା ଗାଁ ବିବାଦକୁ ନେଇ ହିଂସା ଦେଖାଦେଇଥିଲା। ସେପଟେ ଏମଭି ୨୬ ଓ ରାଖାଲଗୁଡା ଗାଁ ରୁ ବିଏନ୍ଏସ୍ ର ଧାରା ୧୬୩ ଉଚ୍ଛେଦ ହୋଇଛି। ଜିଲ୍ଲା ପ୍ରଶାସନ ତରଫରୁ ଗାଁରେ ରିଲିଫ ସାମଗ୍ରୀ ବଣ୍ଟା ଯାଉଥିବା ବେଳେ ଥଇଥାନ କାର୍ୟ୍ୟ ଜାରି ରହିଛି ।
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏମଭି ୨୬ ଏବଂ ରାଖାଲଗୁଡା ଗାଁ କୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ଏମ୍ଭି-୨୬ ହିଂସାକାଣ୍ଡ ଓ ଏହାର ପରବର୍ତ୍ତୀ ସ୍ଥିତି କୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ କରିବା ପରେ ଏମ୍ଭି-୨୬ ଗାଁ କୁ ଯାଇ ଘରକୁ ଘର ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ପଚାରି ବୁଝିଥିଲେ। ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ନବରଙ୍ଗପୁର ସାଂସଦ କହିଛନ୍ତି।
Powered by Froala Editor