ମହମ୍ମଦ ମୋକିମଙ୍କୁ ବହିଷ୍କୃତ ପରେ ଏହି ପ୍ରତିକ୍ରିୟା ରଖିଲେ ନରସିଂହ
ଭୁବନେଶ୍ବର: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ କରାଯିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର । ସେ କହିଛନ୍ତି ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି, ତେଣୁ ଏହା ବାବଦରେ ଅଧିକ କହିବିନି । କିନ୍ତୁ ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ୍ । କଟକର ସେ ଜଣେ ମଜବୁତ୍ ନେତା ଥିଲେ, ଦଳରୁ ତାଙ୍କୁ ବାହାର କରିବା କଟକରେ ପ୍ରଭାବ ପଡିବ ବୋଲି ନରସିଂହ କହିଛନ୍ତି ।
Powered by Froala Editor