ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ: ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ
ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ନିଆଁ ଲାଗି ଗୋଟିଏ ଚା ଦୋକାନ , ମଥୁରା କେକ୍ ଦୋକାନ , ମକା ଦୋକାନ ଓ ଘର ଜଳିଯାଇଛି। ସେହିପରି ଗୋଟିଏ ୪୦୭ ଟ୍ରକ , ବାଲିନୋ କାର , ଗୋଟିଏ ଅଟୋ ଏବଂ ମଡେଲିଙ୍ଗ ଜିପ , ପିକପ ଭ୍ୟାନ , ପାସେଞ୍ଜର ଅଟୋ ନିଆଁ ଲାଗି ପୋଡ଼ିଯାଇଛି।
Powered by Froala Editor