ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଜୟନାରାୟଣ ମିଶ୍ରଙ୍କ ବଡ ବୟାନ, ଜାଣନ୍ତୁ କ’ଣ ?
ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ ଜୟନାରାୟଣ ମିଶ୍ର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଟ୍ରିବ୍ୟୁନାଲ ଯିବା ଭୁଲ ନିଷ୍ପତ୍ତି ଥିଲା, ରାଜନୈତିକ ସମାଧାନ ଆବଶ୍ୟକ । ନୀତିନ ଗଡକରୀ ସମାଧାନ ପାଇଁ ଡାକିଥିଲେ, ସମାଧାନ କଲେନି । ସେତେବେଳେ ରାଜନୈତିକ ସମାଧାନ ନକରି କାହିଁକି ଟ୍ରିବ୍ୟୁନାଲ ଗଲେ ଜାଣିନି । ମୁଖ୍ୟମନ୍ତ୍ରୀ ଯେଉଁ କମିଟି ଗଠନ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ । ଜୟନାରାୟଣ କହିଛନ୍ତି ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ ସମାଧାନ ପାଇଁ । ଛତିଶଗଡ ଯେମିତି ବ୍ୟାରେଜ କରିଲା, ଓଡ଼ିଶା ସରକାର ସେମିତି କରିବାର ଥିଲା । ରାଜନୈତିକ ସମାଧାନ ହୋଇଗଲେ ମହାନଦୀ ଜଳ ବିବାଦ ତୁଟିବ ।
Powered by Froala Editor