ବିଏସ୍ଏଫ୍ ଯବାନଙ୍କୁ ବଡ ସଫଳତା, ମାଓ ହମଲା ଉଦ୍ୟମ ପଣ୍ଡ
ବାଲିଗୁଡା : ବାଲିଗୁଡା ବିଏସ୍ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର ମାଓ ହମଲା ଉଦ୍ୟମ ପଣ୍ଡ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସିଲକ୍କୀ ସୁଗା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଆଇଇଡି ବିସ୍ଫୋରକ ବିଛାଇଥିଲେ । କିନ୍ତୁ ମାଓବାଦୀଙ୍କ ଯୋଜନାକୁ ବିଏସଏଫ୍ ୧୩୬ ବାଟାଲିୟନ ପଣ୍ଡ କରିଛନ୍ତି । ସିଲକ୍କୀ ସୁଗା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପରେ ଯବାନମାନେ କମ୍ବିଂ ଅପରେସନ କରିଥିଲେ । ବାଲିଗୁଡା ଥାନା ଅଞ୍ଚଳରୁ ବିପୁଳ ପରିମାଣର ବିଷ୍ଫୋରକ ଜବତ କରାଯାଇଛି।
Powered by Froala Editor