ବିଧାୟକ ଓ ମନ୍ତ୍ରୀଙ୍କ ଦରମା ଅଢେଇ ଗୁଣା ବଢ଼ିଲା
ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍ସନ୍ରେ ବଡ଼ ଧରଣର ବୃଦ୍ଧିକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ୨୦୦୭ ବିଜେଡି ସରକାର ଅମଳରୁ ହୋଇ ଆସୁଥିବା ଏ ଦାବି ଉପରେ ମୋହର ମାରିଛନ୍ତି ମୋହନ ସରକାର। ଏହି ବିଲ୍ ଉପସ୍ଥାପନ ବେଳେ ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର ଏକ ହୋଇଥିବା ଦେଖିବାକୁ ମିଳିଥିଲା।
ଏହାଫଳରେ ବର୍ତ୍ତମାନର ଏବଂ ପୂର୍ବତନ ବିଧାୟକମାନଙ୍କର ଦରମା ଓ ପେନ୍ସନ୍ ଉଭୟ ୯୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବାଚସ୍ପତିଙ୍କ ମାସିକ ଦରମା ପୂର୍ବରୁ ୪୦,୫୦୦ ଟଙ୍କା ଥିବାବେଳେ ଏବେ ତାହା ୯୮,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।
ଏହାବ୍ୟତୀତ ସେମାନଙ୍କର ଅନ୍ୟାନ୍ୟ ଭତ୍ତା ଯେପରିକି ବୈଠକ ଭତ୍ତା ୮୦୦ ଟଙ୍କାରୁ ୨,୦୦୦ ଟଙ୍କା। କାର୍ ଭତ୍ତା ୧୭,୦୦୦ ଟଙ୍କାରୁ ୮୯,୦୦୦ ଟଙ୍କା। ସମ୍ପଚୁଆରୀ ଭତ୍ତା ୪୦,୦୦୦ ଟଙ୍କାରୁ ୧.୮୧ ଲକ୍ଷ ଟଙ୍କା। ଆବାସ ଭତ୍ତା (ସରକାରୀ କ୍ୱାର୍ଟର୍ ମିଳିବା ପର୍ଯ୍ୟନ୍ତ) ଦୈନିକ ୧,୦୦୦ ଟଙ୍କାରୁ ୨,୦୦୦ ଟଙ୍କା ଯଥେଷ୍ଟ ବୃଦ୍ଧି କରାଯାଇଛି।
ସମ୍ପଚୁଆରୀ ଭତ୍ତା ୪୦,୦୦୦ ଟଙ୍କାରୁ ୯୬,୦୦୦ ଟଙ୍କା। ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଭତ୍ତା ୨୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କା। ମାସିକ ପରିବହନ ଭତ୍ତା ୧୫,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା। ବିଧାୟକଙ୍କ ମାସିକ ଭତ୍ତା ୨,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା। ବିଦ୍ୟୁତ୍ ଖର୍ଚ୍ଚ ଭତ୍ତା ୫,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା। ଡାକ୍ତରୀ ଚିକିତ୍ସା ଭତ୍ତା ୫,୦୦୦ ଟଙ୍କାରୁ ୩୫,୦୦୦ ଟଙ୍କା। ମୋଟର କାର୍ ଅଗ୍ରିମ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି।
Powered by Froala Editor