ଭଦ୍ରକରେ ବିଜେଡିକୁ ଝଟକା, ଇସ୍ତଫା ଦେଲେ ୩ ବ୍ଲକ ଅଧ୍ୟକ୍ଷ
ଭଦ୍ରକରେ ବିଜୁ ଜନତା ଦଳ (ବିଜେଡି)କୁ ଆଉ ଏକ ଶକ୍ତ ଝଟକା ଲାଗିଛି। ଗୋଟିଏ ଦିନରେ ଇସ୍ତଫା ଦେଲେ ୩ଜଣ ବ୍ଲକ ଅଧ୍ୟକ୍ଷ । ବ୍ୟକ୍ତିଗତ କାରଣ ଦର୍ଶାଇ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ଇସ୍ତଫା ଉର୍ମିଳା ନାୟକ ଇସ୍ତଫା ଦେଇଛନ୍ତି। ସେହିଭଳି ଭଣ୍ଡାରୀପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତି ସେଠୀ ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଉଭୟ ଭଦ୍ରକ ଜିଲ୍ଲା ବିଜେଡି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି।
ସେହିପରି ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ ବିଜେଡି ଦଳରୁ ଇସ୍ତଫା ଦେଇଥିବା ବେଳେ ଦଳର ରାଜ୍ୟ ଉପସଭାପତି ପ୍ରତାପ ଜେନା ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଏହି ତିନି ବ୍ଲକ ଅଧ୍ୟକ୍ଷ ସେମାନଙ୍କ ଇସ୍ତଫା ପତ୍ର ଭଦ୍ରକ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଅବଶ୍ୟ ମନୋରଞ୍ଜନଙ୍କ ନାଁରେ ବିଜେଡି ହିଁ ଅଭିଯୋଗ ଆଣିଥିଲା। ଦଳ ଅଭିଯୋଗ କରିଥିଲା ଯେ, ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ନିଜ ନାମରେ ଭେଣ୍ଡର୍ କୋଡ ଜରିଆରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ମିଳୁଥିବା ଟଙ୍କା ହଡ଼ପ କରିଛନ୍ତି। ଏମିତିକି ଅନେକ ଫଲ୍ସ ବିଲ କରି କୋଟିଏରୁ ଅଧିକ ଟଙ୍କା ହଡପ କରିଥିବାର ପ୍ରମାଣ ସ୍ବରୂପ ଭେଣ୍ଡର କୋଡ ସର୍ବସାଧାରଣରେ ଉପସ୍ଥାପନ କରିଛି । ତେବେ ଅଭିଯୋଗ ପରେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷ ।
Powered by Froala Editor