ମୋ ସ୍ୱାମୀଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିଲା : ବିଦ୍ୟାଭାରତୀ

ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ ମୃତୁ୍ୟ ମାମଲା ଏବେବି ରହସ୍ୟ ଘେରରେ ରହିଛି । ତାଙ୍କର ମୃତୁ୍ୟ ଏକ ଦୁର୍ଘଟଣା ନା ସୁପରିକଳ୍ପିତ ଷଡ଼ଯନ୍ତ୍ର ସେନେଇ ପୁଲିସ ଛାନଭିନ ଜାରି ରଖିଛି । ଏସବୁ ଭିତରେ ସମସ୍ତଙ୍କ ନଜର ଏବେ ବିଦ୍ୟାଭାରତୀଙ୍କ ଉପରେ । ଶାଶୁଘରର ବୟାନକୁ ଅନୁଶୀଳନ କରିବା ପରେ ବିଦ୍ୟାଭାରତୀଙ୍କୁ ଜେରା କରାଯାଇଛି ।
ତେବେ ବିଦ୍ୟାଭାରତୀ ସ୍ୱାମୀଙ୍କ ସମ୍ପର୍କିତ କଥା ବି ଚର୍ଚ୍ଚା ସୃଷ୍ଟି କରିଛି । ସେ କହିଛନ୍ତିଯେ, ମୋ ସ୍ୱାମୀଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିଲା । ସୌମ୍ୟଙ୍କ ପାଖକୁ ଝିଅର କଲ ଆସୁଥିଲା । ସେ ମୋବାଇଲରେ ମଧ୍ୟ ଦେଖିଛନ୍ତି । ସେହିପରି ତାଙ୍କ ସ୍ୱାମୀ ଜଣଙ୍କୁ ଆଇ ଲଭ ୟୂ ଲେଖି ପଠାଇଥିଲେ । ଏଭଳି ଅନେକ ଜିନିଷ ସେ ଜାଣିବା ପରେ ସତ ଜାଣିବା ପାଇଁ ଚାହୁଁଥିଲେ । କିନ୍ତୁ ସେ ତାଙ୍କୁ କିଛି କହିନାହାନ୍ତି । ହସପିଟାଲରେ ଥିବାବେଳେ ବି ତାଙ୍କ ସ୍ୱାମୀ ତାଙ୍କୁ ଆଇ ଲଭ ୟୂ କହିଛନ୍ତି ବୋଲି ବିଦ୍ୟାଭାରତୀ ପ୍ରକାଶ କରିଛନ୍ତି । ଅପରପକ୍ଷରେ ତାଙ୍କ ଜ୍ୱାଇଁ ଦେବତା ଭଳି ଲୋକ ଥିଲେ ବୋଲି ବିଦ୍ୟାଭାରତୀଙ୍କ ବାପା କହିଛନ୍ତି ।
Powered by Froala Editor