ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ କ୍ୟାମ୍ପସରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ବୁଲା କୁକୁର ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ହସ୍ପିଟାଲ କ୍ୟାମ୍ପସରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ କ୍ୟାମ୍ପସଗୁଡ଼ିକୁ ବୁଲା କୁକୁରମାନଙ୍କୁ ପ୍ରବେଶ କରିବାରୁ ରୋକିବା ପାଇଁ ବାଡ଼ ଦିଆଯିବ। ଏହି ସ୍ଥାନରୁ ହଟାଇ ଦିଆଯାଇଥିବା ବୁଲା କୁକୁରମାନଙ୍କୁ ପୁଣି ସେହି ଅଞ୍ଚଳରେ ଛାଡ଼ିବାକୁ ଅନୁମତି ଦିଆଯିବ ନାହିଁ। କୋର୍ଟ ରାଜ୍ୟ ଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ଏହି ନିର୍ଦ୍ଦେଶ ଗୁଡ଼ିକୁ କାର୍ଯ୍ୟକାରୀକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟଗୁଡ଼ିକ ତିନି ସପ୍ତାହ ମଧ୍ୟରେ କୋର୍ଟରେ ଏନେଇ ଏକ ରିପୋର୍ଟ ଦାଖଲ କରିବେ। କୋର୍ଟ ପବ୍ଲିକ୍ ୱର୍କସ୍ ଡିପାର୍ଟମେଣ୍ଟ ଏବଂ ରୋଡ୍ ଓ ପରିବହନ କର୍ତ୍ତୃପକ୍ଷଙ୍କୁ ରାସ୍ତାରେ ବୁଲୁଥିବା ପଶୁମାନଙ୍କୁ ହଟାଇ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor