ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
କଟକ : ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ ଗର୍ଭବତୀ ହେବା ପରେ ବଳପୂର୍ବକ ଗର୍ଭପାତ କରାଇଥିଵା ନେଇ ପୁରୀଘାଟ ଥାନାରେ ଅଭିଯୋଗ ହୋଇଛି l ଅଭିଯୁକ୍ତ ଜଗତସିଂହପୁର ଜିଲା ଅଭୟଚାନ୍ଦପୁର ଥାନା ନୂଆଗାଁର ଲିପୁନ ଖୁଣ୍ଟିଆକୁ ପୁଲିସ୍ ଗିରଫ କରିଛି । ଘଟଣା ଅନୁସାରେ ପିଡ଼ୀତା ଜଣକ ବାଲେଶ୍ବର ଜିଲାର । ସେ କଟକରେ ରହି ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ଗତ ୩ ବର୍ଷ ହେବ ଅଭିଯୁକ୍ତ ଲିପୁନ ପିଡ଼ୀତାଙ୍କ ସମ୍ପର୍କରେ ଆସିଥିଲା । ବିବାହର ପ୍ରଲୋଭନ ଦେଖାଇ ୩ ବର୍ଷ ଭିତରେ ଲିପୁନ ପିଡ଼ୀତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲା ।
Powered by Froala Editor