ଟପ୍ ୧୦୦ ଆପ୍ ତାଲିକାରୁ ଆରଟାଇ ବିଦା
ଶ୍ରୀଧର ଭେମ୍ବୁଙ୍କ ଜୋହୋ ଦ୍ୱାରା ବିକଶିତ ସ୍ୱଦେଶୀ ମେସେଜିଂ ଆପ୍ ଆରଟାଇ ଟପ୍ ୧୦୦ ଆପ୍ ତାଲିକାରୁ ବାଦ ପଡ଼ିଛି। ପ୍ରତିଯୋଗିତା ତୁଳନାରେ, ଆରଟାଇ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍ ମେସେଜିଂ, ଭଏସ୍ ଏବଂ ଭିଡିଓ କଲ୍ ଏବଂ ଭାରତରେ ସମ୍ପୂର୍ଣ୍ଣ ସଂରକ୍ଷିତ ଉପଭୋକ୍ତା ଡାଟା ସମେତ ବୈଶିଷ୍ଟ୍ୟଗୁଡ଼ିକ ପ୍ରଦାନ କରେ। ତଥାପି, ଏଥିରେ ଟେକ୍ସଟ୍ ମେସେଜିଂ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ଭଳି କିଛି ମୌଳିକ ସୁବିଧାର ଅଭାବ ଥିଲା। ଯାହାଦ୍ବାରା ଏହି ସୋସିଆଲ ମିଡିଆ ପ୍ଳାଟଫର୍ମର ଗତି ମନ୍ଥର ହେବାର ସଙ୍କେତ ମିଳିଛି।
ତାମିଲରେ ଆରଟାଇ ନାଁ'ର ଅର୍ଥ "ଚାଟ୍" ଅଟେ। ଯାହାକି ଏକ ସାଧାରଣ ଏବଂ ଆରାମଦାୟକ ଅଭିଜ୍ଞତାର ସଂକେତ ଦେଇଥାଏ। ଏହାକୁ ପ୍ରାରମ୍ଭିକ ଭାବରେ ୨୦୨୦ ଶେଷ ଭାଗରେ ଏକ ପରୀକ୍ଷାମୂଳକ ପାଇଲଟ୍ ଭାବରେ ଜାରି କରାଯାଇଥିଲା ଓ ୨୦୨୧ ଆରମ୍ଭରୁ ଆନୁଷ୍ଠାନିକ ଭାବରେ ଲଞ୍ଚ ହୋଇଥିଲା। ଆପ୍ରେ ଆରମ୍ଭରୁ ବୃଦ୍ଧି ଦେଖିବାକୁ ମିଳିଥିଲା। ଅଳ୍ପ ସମୟ ମଧ୍ୟରେ ୨୫ ଲକ୍ଷରୁ ଅଧିକ ୟୁଜର୍ସଙ୍କ ଉପଯୋଗ ଏହାକୁ ଶୀର୍ଷରେ ପହଞ୍ଚାଇ ସଫଳତା ଭେଟିଦେଇଥିଲା।
ଏକ ମାସ ପୂର୍ବେ ଜୋହୋ ଆରଟାଇକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା। ସ୍ୱଦେଶୀ ଭାବରେ ବିକଶିତ ହେବାର ପ୍ରତିଶ୍ରୁତି ଦେଉଥିବା ଏହି ଆପ୍ ସେପ୍ଟେମ୍ବର ୨୦୨୫ ରେ ଟ୍ରେଣ୍ଡକୁ ଆସିଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆତ୍ମନିର୍ଭର ଭାରତ ଏଜେଣ୍ଡାର ଅଂଶ ଭାବରେ ସ୍ଥାନୀୟ ଭାବରେ ବିକଶିତ ଉତ୍ପାଦଗୁଡ଼ିକୁ ଗ୍ରହଣ କରିବାକୁ ଦେଶକୁ ଆହ୍ୱାନ କରିଥିଲେ। ଆପ୍ ଷ୍ଟୋରରେ ତଳକୁ ଖସିବା ଜୋହୋ ପାଇଁ ଏକ ଗମ୍ଭୀର ଝଟ୍କା।
Powered by Froala Editor