ହିନ୍ଦୁଜା ଗ୍ରୁପ ଅଧ୍ୟକ୍ଷ ଗୋପୀଚାନ୍ଦ ପୀ. ହିନ୍ଦୁଜାଙ୍କ ପରଲୋକ, ’ଜୀପୀ’ ନାମରେ ପରିଚିତ ଥିଲେ
ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଗୋପୀଚାନ୍ଦ ପୀ. ହିନ୍ଦୁଜାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ପରିବାରର ନିକଟତମ ସୂତ୍ର ଅନୁସାରେ, ଗୋପୀଚାନ୍ଦ ହିନ୍ଦୁଜା ଗତ କିଛି ସପ୍ତାହ ଧରି ଅସୁସ୍ଥ ଥିଲେ ଏବଂ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଲଣ୍ଡନର ଏକ ହସ୍ପିଟାଲରେ ଗୋପୀଚାନ୍ଦ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ତାଙ୍କର ପରିବାର ସୂତ୍ରରୁ ଜଣାପଡ଼ିଛି ।
ବ୍ୟବସାୟିକ ମହଲରେ ’ଜୀପୀ’ ନାମରେ ପରିଚିତ ଗୋପୀଚାନ୍ଦ ହିନ୍ଦୁଜା ପରିବାରର ଦ୍ବିତୀୟ ପୀଢ଼ୀର ଥିଲେ । ତାଙ୍କ ବଡ଼ ଭାଇ ଶ୍ରୀଚନ୍ଦ ହିନ୍ଦୁଜାଙ୍କ ସହିତ ମିଶି ସେ ଗ୍ରୁପର ବ୍ୟବସାୟକୁ ଅଟୋମୋବାଇଲ୍, ବ୍ୟାଙ୍କିଂ, ଶକ୍ତି, ଆଇଟି, ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ସମେତ ବିଭିନ୍ନ କ୍ଷେତ୍ରରେ ବିସ୍ତାର କରିଥିଲେ।
ମେ ୨୦୨୩ ରେ ତାଙ୍କ ବଡ଼ ଭାଇ ଶ୍ରୀଚାନ୍ଦ ହିନ୍ଦୁଜାଙ୍କ ମୃତ୍ୟୁ ପରେ ଗୋପୀଚାନ୍ଦ ହିନ୍ଦୁଜା ଗୋଷ୍ଠୀର ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ପରିବାରରେ ପତ୍ନୀ ସୁନୀତା, ପୁଅ ସଞ୍ଜୟ ଓ ଧୀରଜ, ଝିଅ ରୀତା ଅଛନ୍ତି ।
Powered by Froala Editor