ମହାକାଶ ଗଲେ ୪ ମୂଷା
ମହାକାଶ ଗଲେ ୪ ମୂଷା । ହଁ ଏପରି କରି ଦେଖାଇଛି ଚୀନ୍ । ଚୀନର ମହାକାଶ ଏଜେନ୍ସି ୪ ମୂଷାଙ୍କୁ ମହାକାଶ ମିଶନରେ ପଠାଇଛି । ଏଥିରେ ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ମୂଷା ଅଛନ୍ତି । ଗତ ୩୧ ଅକ୍ଟୋବର ରାତିରେ ମହାକାଶ ଯାତ୍ରୀଙ୍କ ସହ ୪ ମୂଷା ଚୀନ୍ର ତିଆଙ୍ଗୋଙ୍ଗ୍ ମହାକାଶ କେନ୍ଦ୍ରକୁ ଯାତ୍ରା କରିଛନ୍ତି ।
୪ ମୂଷାଙ୍କ ସହିତ ୩ ମହାକାଶଚାରୀଙ୍କୁ ଚୀନ୍ ମହାକାଶ ଷ୍ଟେସନ୍ ପଠାଯାଇଛି । ଏଥିରେ ସ୍ପେସ୍ ପାଇଲଟ ଝାଙ୍ଗ୍ ଲୁ, ପେଲୋଡ୍ ବିଶେଷଜ୍ଞ ଝାଙ୍ଗ୍ ହୋଙ୍ଗଝାଙ୍ଗ ଓ ବିମାନ ଇଞ୍ଚିନିୟର ୱୁ ଫି ଅଛନ୍ତି । ୩୨ ବର୍ଷୀୟ ୱୁ ଫି ଏହି ଯାତ୍ରା ଜରିଆରେ ଚୀନ୍ର ସବୁଠୁ ଯୁବ ମହାକାଶଚାରୀ ହୋଇଛନ୍ତି । ଏହି ତିନିଜଣ ମହାକାଶଚାରୀ ସ୍ପେସ୍ୱାକ୍ କରିବେ, କାର୍ଗୋ ଅପରେସନ୍ରେ ସାମିଲ ହେବେ ଏବଂ ଆସନ୍ତା ବର୍ଷ ଶେନଝୋଇ-୨୨ ମିଶନର ସଦସ୍ୟଙ୍କୁ ମହାକାଶ କେନ୍ଦ୍ରକୁ ସ୍ୱାଗତ କରିବେ । ସେମାନେ ସେଠାରେ ପ୍ରାୟ ୬ ମାସ ରହିବେ ।
ସୂଚନାଯୋଗ୍ୟ ଯେ, ଚୀନ୍ ପ୍ରଥମ ଥର ମୂଷାଙ୍କୁ ପରୀକ୍ଷଣ ପାଇଁ ମହାକାଶ କେନ୍ଦ୍ରକୁ ପଠାଇଛି । ଚୀନ୍ ମହାକାଶ ଏଜେନ୍ସି ଅନୁସାରେ, ଶୂନ୍ୟ ମାଧ୍ୟାକର୍ଷଣରେ ରହିବା ଦ୍ୱାରା ଜୀବଙ୍କ ଉପରେ କି’ ପ୍ରଭାବ ପଡୁଛି, ଶେନଝୋଉ-୨୧ ମିଶନ୍ ଜରିଆରେ ବୈଜ୍ଞାନିକମାନେ ତାହା ଆବିଷ୍କାର କରିବେ । ଏହାବ୍ୟତୀତ ଚୀନ୍ ୨୦୩୦ ସୁଦ୍ଧା ମଣିଷକୁ ଚନ୍ଦ୍ରପୃଷ୍ଠକୁ ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛି ବୋଲି ସୂଚନା ରହିଛି । ଖୁବ୍ଶୀଘ୍ର ଚନ୍ଦ୍ରରେ ଠିକଣା ନିର୍ମାଣ ପାଇଁ ଚୀନ୍ ଜୋରଦାର ପ୍ରସ୍ତୁତି ଚଳାଇଛି ।
Powered by Froala Editor