ବାହୁବଳୀ ରକେଟ ଜରିଆରେ ସିଏମଏସ-୩ ଉପଗ୍ରହର ହେବ ଉତ୍କ୍ଷେପଣ
ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆଜି ଏଲଭିଏମ-୩ (ବାହୁବଳୀ) ରକେଟ ଜରିଆରେ ସିଏମଏସ-୩ ଉପଗ୍ରହ ମହାକାଶକୁ ପ୍ରକ୍ଷେପଣ କରାଯିବ। ଆଜି ସନ୍ଧ୍ୟା ୫ଟା ୨୬ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହକୁ ନେଇ ଏହି ରକେଟ ମହାକାଶକୁ ଯାତ୍ରା କରିବ। ସିଏମଏସ-୩ ଉପଗ୍ରହର ଓଜନ ୪୪ କ୍ବିଣ୍ଟାଲ ହୋଇଥିବାବେଳେ ଏହା ଭାରତୀୟ ନୌସେନା ପାଇଁ ଉଦ୍ଦିଷ୍ଟ। ଇସ୍ରୋ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରକ୍ଷେପିତ ଉପଗ୍ରହ ମଧ୍ୟରେ ଏହା ସବୁଠାରୁ ଓଜନିଆ ବୋଲି ଜଣାପଡିଛି।ଏହି ଉପଗ୍ରହ କାର୍ଯ୍ୟକ୍ଷମ ହେବାପରେ ନୌସେନା ପୂର୍ବରୁ ବ୍ୟବହାର କରୁଥିବା ଜିସାଟ୍-୭ (ରୁକ୍ମିଣୀ) ଉପଗ୍ରହକୁ ସେବାନିବୃତ୍ତ କରାଯିବ ବୋଲି କୁହାଯାଇଛି।
Powered by Froala Editor