ରାଜଭବନରେ ମହାପ୍ରସାଦ ସେବନ କଲେ ରାଜ୍ୟପାଳ
ଭୁବନେଶ୍ୱର: ଚାଲିଛି ପବିତ୍ର କାର୍ତ୍ତିକ ମାସ। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଜଭବନସ୍ଥିତ ଅଭିଷେକ ହଲ୍ରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ ସେବନ କରି ପବିତ୍ର କାର୍ତ୍ତିକ ମାସ ପାଳନ କରିଛନ୍ତି। ଡ. ଜୟଶ୍ରୀ କମ୍ଭମପାଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ରାଜ୍ୟପାଳଙ୍କ କମିଶନର୍-ତଥା-ଶାସନ ସଚିବ ରୂପା ରୋଶନ ସାହୁ ଏବଂ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ମହାପ୍ରସାଦ ସେବନ କରିଥିଲେ ।
Powered by Froala Editor