ବୁଲା କୁକୁରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ 'ଆତଙ୍କ'କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଦିଲ୍ଲୀରେ, ଏମସିଡି ଏବଂ ଏନଡିଏମସିକୁ ତୁରନ୍ତ ବୁଲା କୁକୁରମାନଙ୍କୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ଏହି ପ୍ରକ୍ରିୟାକୁ ବିରୋଧ କରନ୍ତି, ତେବେ ଏପରି ବାଧା ସୃଷ୍ଟିକାରୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୁକୁର କାମୁଡ଼ିବା ଯୋଗୁଁ ରାବିସ୍ ରୋଗ ବୃଦ୍ଧି ପାଉଥିବା ସମସ୍ୟାକୁ ତୁରନ୍ତ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି।
କୁକୁରଙ୍କୁ ତୁରନ୍ତ ଧରି ବନ୍ଧ୍ୟାକରଣ କରିବା ଏବଂ ସେମାନଙ୍କୁ ସ୍ଥାୟୀ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନାଗରିକ ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ କଠୋର ନିର୍ଦ୍ଦେଶରେ କୋର୍ଟ କହିଛନ୍ତି ଯେ, ଏହି ଆଦେଶ ବିନା କୌଣସି ବୁଝାମଣାରେ କାର୍ଯ୍ୟକାରୀ ହେବା ଜରୁରୀ।
ସୁପ୍ରିମକୋର୍ଟ କହିଛନ୍ତି, "ଆମକୁ ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୁଲା କୁକୁର ମୁକ୍ତ କରିବାକୁ ପଡିବ। କାହାକୁ ପୋଷ୍ୟ କୁକୁର ଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ। ଏହି ମାମଲାରେ କେବଳ ସରକାରଙ୍କ ଆବେଦନର ଶୁଣାଣି ହେବ ଏବଂ କୁକୁରପ୍ରେମୀ କିମ୍ବା ଅନ୍ୟ କୌଣସି ପକ୍ଷଙ୍କ ଆବେଦନ ଗ୍ରହଣ କରାଯିବ ନାହିଁ।
Powered by Froala Editor