ଯାତ୍ରୀଙ୍କ ପାଇଁ ବଡ଼ ଉପହାର : “ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍”ରେ ୨୦% କମ୍ ଭଡ଼ା
ଆମ ଦେଶରେ ଯାତ୍ରୀ ଅନୁପାତରେ ଟ୍ରେନ ସଂଖ୍ୟା କମ ରହିଥିବାରୁ ପାର୍ବଣ ଋତୁରେ ଟ୍ରେନରେ ସିଟ ମିଳିବା ତ ଦୂରର କଥା ଟ୍ରେନ୍ ଭତରକୁ ପଶିବା ବି କଷ୍ଟ । ଏସବୁକୁ ନଜରରେ ରଖି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଉପହାର ଦେଇଛନ୍ତି । ଯଦି ଆପଣ ଟିକେଟ୍ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ୨୦ ପ୍ରତିଶତ ରିହାତି ଦିଆଯିବ। ଏନେଇ ରେଳ ମନ୍ତ୍ରଣାଳୟ ଏକ “ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍” ଆରମ୍ଭ କରିଛି।
ଏହା ଅଧୀନରେ ଯାତ୍ରୀମାନେ ଯିବା ଓ ଫେରିବାର ଟିକେଟ୍ ଏକାଠି କଲେ ୨୦% କମ୍ ଭଡ଼ା ଦେବେ । ଏହି ସୁବିଧା ଉଠାଇବା ପାଇଁ ଯାତ୍ରୀମାନେ ୧୪ ଅଗଷ୍ଟରୁ ଟିକେଟ୍ ବୁକିଂ ଆରମ୍ଭ କରିପାରିବେ। ଏହି ଯୋଜନାର ଲାଭ କେବଳ ସେହି ଯାତ୍ରୀମାନେ ପାଇବେ ଯେଉଁମାନେ ଯିବା ଓ ଫେରିବାର ଟିକେଟ୍ ଏକାଠି ବୁକ୍ କରିବେ । ଏହା ବ୍ୟତୀତ ଫେରିବା ଯାତ୍ରାର ବୁକିଂ ଯିବା ଟିକେଟ୍ ବୁକିଂ ପରେ କରିବାକୁ ହେବ। ଏଥିପାଇଁ ଅଗ୍ରୀମ ବୁକିଂ ନିୟମ ଲାଗୁ ହେବ ନାହିଁ।
ପାର୍ବଣ ଋତୁରେ ଟ୍ରେନରେ ପ୍ରବଳ ଭିଡ଼ ଏବଂ ଟିକେଟ୍ ପାଇଁ ଭିଡ଼କୁ ଏଡାଇବା ପାଇଁ ଭାରତୀୟ ରେଳବାଇ ଏ ନୂତନ ଯୋଜନା ଆରମ୍ଭ କରିଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଭିନ୍ନ ଭିନ୍ନ ଦିନରେ ଭିଡ଼କୁ ବାଣ୍ଟିବା ଏବଂ ଯାତ୍ରୀମାନଙ୍କୁ ଶସ୍ତା ମୂଲ୍ୟରେ ଉଭୟ ଯାତ୍ରା ପାଇଁ ଟିକେଟ୍ ପ୍ରଦାନ କରିବା ଯାହା ଦ୍ଵାରା ଯାତ୍ରା ଆରାମଦାୟକ ଏବଂ ସୁବିଧାଜନକ ହୋଇପାରିବ।
Powered by Froala Editor