ସେନା ଗାଡି ଦୁର୍ଘଟଣାଗ୍ରସ୍ତ, ୧୩ ଯବାନ ଆହତ

ଅନୁଗୁଳ: ଅନୁଗୁଳ ଏନ୍ଏଚ୍ ୫୫ଜରପଡା ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡିରେ ଥିବା ୧୩ଜଣ ସେନା ଆହତ ହୋଇଛନ୍ତି। ଟ୍ରକ୍କୁ ପଛରୁ ପିଟିଥିଲା ଭ୍ୟାନ୍ । ଓଏସ୍ଏପି ସେକେଣ୍ଡ ବାଟାଲିୟନ ଯବାନଙ୍କୁ ନେଇ ଯାଉଥିବା ଭ୍ୟାନଟି ଟ୍ରକ୍ କୁ ପିଟିଥିଲା । ଫଳରେ ୧୩ଜଣ ଯବାନ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ, ଝାରସୁଗୁଡାରୁ ଭୁବନେଶ୍ୱର ଯାଉଥିଲା ସେନା ଗାଡି। ବାଟରେ ହୋଇଥିଲା ଦୁର୍ଘଟଣା । ଆହତ ୧୩ଜଣଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି, ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
Powered by Froala Editor