ବଳଙ୍ଗା ନାବାଳିକା ପୋଡ଼ି ଘଟଣା: ପଦାକୁ ଆସିବ ଘଟଣା ପଛର ପ୍ରକୃତ ସତ
ବଳଙ୍ଗା: ପୁରୀ ଜିଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣା ବୟାନ ପ୍ରକ୍ରିୟା ସରିଯାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ସହ ଘଟଣା ପଛର ସତ ଉପରୁ ପର୍ଦାଫାସ୍ ଲାଗି ପ୍ରମାଣ ଯୋଗାଡ଼ ଶେଷ ହୋଇଛି। ତଦନ୍ତ ପରେ ପୁଲିସ ନିକଟରେ ଚୂଡ଼ାନ୍ତ ରିପୋର୍ଟର ଚିଠା ପ୍ରସ୍ତୁତ କରାଯାଇଛି। ରିପୋର୍ଟଗୁଡ଼ିକୁ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି। ସେଠାରୁ ସବୁଜ ସଙ୍କେତ ଆସିବା ପରେ ଘଟଣା ପଛର ପ୍ରକୃତ ସତ ପଦାକୁ ଆସିବ।
ଅନୁରୂପ ଭାବେ ୪ଥର ଲାଗି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଦିଲ୍ଲୀର ସ୍ଥାନୀୟ ଅଦାଲତଙ୍କ ନିର୍ଦେଶରେ ଜଣେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ରେକର୍ଡ ହୋଇଛି। ସୁସ୍ଥ ମାନସିିକତା ଓ ସମ୍ପୂର୍ଣ୍ଣ ସହମତିରେ ପୀଡ଼ିତା ବୟାନ ଦେଇଛନ୍ତି। ଶେଷ ଥର ବୟାନ ରେକର୍ଡ ବେଳେ ପୀଡ଼ିତା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଛନ୍ତି। ପ୍ରାୟ ଘଣ୍ଟାଏ କାଳ ପୀଡ଼ିତାଙ୍କୁ ୨୬ରୁ ୨୭ଟି ପ୍ରଶ୍ନ ପଚରା ଯାଇଥିଲା। ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଦିଲ୍ଲୀର ଏକ ଅଦାଲତକୁ ତଦନ୍ତକାରୀ ଅଧିକାରୀ ତଥା ଡିଏସ୍ପି କଳ୍ପନା କଅଁର ଓ ବଳଙ୍ଗା ଥାନାଧିକାରୀ ଯାଇଥିବା ଜଣାପଡ଼ିଛି। ପୁଲିସର ବରିଷ୍ଠ ଅଧିକାରୀଙ୍କୁ ସମସ୍ତ ତଥ୍ୟ ଜଣାଇବା ପରେ ଘଟଣାରେ ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି।
Powered by Froala Editor