ଫକୀର ମୋହନ କଲେଜ ଛାତ୍ରୀ ମାମଲାରେ: ସମୀର ସାହୁଙ୍କ ଜାମିନ ନାମଞ୍ଜୁର
ବାଲେଶ୍ୱର: ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଆବେଦନକୁ ପୁଣି ନାମଞ୍ଜୁର କରିଛନ୍ତି ବାଲେଶ୍ବର ଏସ୍ଡିଜେଏମ। ତାଙ୍କର ବିଚାର ବିଭାଗ ହେପାଜତ ମିଆଦ ଆଉ ୧୪ ଦିନ ବୃଦ୍ଧି କରିଛନ୍ତି ଜଜ୍। ସିଟି ୪୯୮/୨୦୨୫ ନଂ ମାମଲାରେ ଅଭିଯୁକ୍ତ ଶ୍ରୀ ସାହୁଙ୍କ ପକ୍ଷରୁ ଓକିଲ ଶ୍ରୀବତ୍ସ ନାୟକ ଜାମିନ ଆବେଦନ କରିଥିଲେ। ଏସ୍ଡିଜେଏମ କିଶୋର କୁମାର ନାଥ ଜାମିନ ଆବେଦନ ନାମଞ୍ଜୁର କରିବା ସହ ଆସନ୍ତା ଅଗଷ୍ଟ ୬ ତାରିଖକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।
Powered by Froala Editor