ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର
କଲମପୁର: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ଲାଖବାହାଲି ଗାଁର ଦୂର ଦିଆରି (୮୧) ଲିଫ୍ଟ କେନାଲରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ବିଳମ୍ବିତ ରାତିରେ କେନାଲ ପାଣି ସ୍ରୋତ କମିବା ପରେ ପରିବାର ଲୋକଙ୍କ ସହଯୋଗରେ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ। ଏହା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ସୂଚନା ଅନୁସାରେ ଗୁରୁବାର ସକାଳେ ବୃଦ୍ଧା ଜଣକ ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲେ। କାମ ସାରି ଅପରାହ୍ନରେ ଘରକୁ ଫେରିବା ବେଳେ କେନାଲରେ ଆସି ଗାଧୋଉଥିଲେ। ଅସାବଧାନତା ଯୋଗୁଁ ବୃଦ୍ଧାଙ୍କ ଗୋଡ଼ କେନାଲର ଗଭୀର ପାଣିରେ ଖସି ଯାଇଥିଲା। ଫଳରେ ବୃଦ୍ଧା ଜଣକ ପାଣିର ସୁଅରେ ଭାସିଯାଇ ନିଖୋଜ ହୋଇଥିଲେ। ଖବର ପାଇ ଜୟପାଟଣା ଅଗ୍ନିଶମ ଅଧିକାରୀ ଗୁଲୁ ସାହୁଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ ।
Powered by Froala Editor