ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ବର: ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜୟପୁର ଓ ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି । ତେବେ ଯାଞ୍ଚ ବେଳେ ନଗଦ ୩ଲକ୍ଷ ୫୦ହଜାର ଟଙ୍କା ମିଳିଛି । ଆଜି ସକାଳୁ ଜୟପୁର ପିଆର ପେଟାରେ ଥିବା ପୈତୃକ ଘର, ଗୋଲଡେନ ହାଇଟ ଆପାର୍ଟମେଣ୍ଟ ରେ ଥିବା ଦୁଇଟି ଫ୍ଲାଟରେ ଚଢାଉ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଅନୁମତି କ୍ରମେ ଏହି ଚଢାଉ ହୋଇଛି ।
Powered by Froala Editor