ବିଜେଡି କର୍ପୋରେଟରଙ୍କ ନାଁରେ ଅଭିଯୋଗ ଆଣିଲେ ଯୁବତୀ
ଭୁବନେଶ୍ୱର ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଙ୍କ ନାଁରେ ଆସିଛି ଅଭିଯୋଗ । ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶରୀରିକ ସମ୍ପର୍କ ରଖିଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ।
ସୂଚନାନୁଯାୟୀ, ଅମରେଶ ଯୁବତୀଙ୍କ ସହ ୨୦୨୩ରୁ ସମ୍ପର୍କ ରଖିଥିବା ବେଳେ ନାବାଳିକା ଥିଲି ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି। କାର୍ଯ୍ୟାନୁଷ୍ଠାନ ନ ହେଲେ ଆତ୍ମାହୁତି ଦେବି ବୋଲି ଲେଖିଛନ୍ତି।
ଥାନାରେ ଅଭିଯୋଗ କଲେ ପୀଡ଼ିତାଙ୍କୁ ଜୀବନରୁ ମାରିଦେବାର ଧମକ ଦିଆଯାଉଥିବା କହିଛନ୍ତି ପୀଡ଼ିତା । ପୀଡ଼ିତା ଗର୍ଭବତୀ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କର ଗର୍ଭପାତ କରାଯାଇଥିଲେ ବାଇଁଆ। ମାମଲା ରୁଜୁ ପରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଅପରପକ୍ଷେ ପୀଡ଼ିତାଙ୍କ ଅଭିଯୋଗ ନେଇ ଅମରେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Powered by Froala Editor