କଶ୍ୟପଙ୍କଠାରୁ ଅଲଗା ହେବେ ସାଇନା
ଭାରତର ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ ଏବଂ ତାଙ୍କ ସ୍ୱାମୀ ପାରୁପଲ୍ଲୀ କଶ୍ୟପ ବିବାହ ବନ୍ଧନରୁ ଅଲଗା ହେଉଛନ୍ତି । ଇନଷ୍ଟାଗ୍ରାମ ଜରିଆରେ ସାଇନା ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, 'ଜୀବନ ବେଳେବେଳେ ଆମକୁ ଭିନ୍ନ ଦିଗରେ ନେଇଯାଏ। ବହୁତ ବିଚାର ବିମର୍ଶ ପରେ, କଶ୍ୟପ ପାରୁପଲ୍ଲୀ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ନିଜ ପାଇଁ ଏବଂ ପରସ୍ପର ପାଇଁ ଶାନ୍ତି, ବିକାଶ ଏବଂ ବିଶ୍ରାମ ବାଛିଛୁ। ଭଲ ସ୍ମୃତି ପାଇଁ ମୁଁ କୃତଜ୍ଞ ଏବଂ ଆଗକୁ ବଢ଼ିବା ପାଇଁ କେବଳ ମଙ୍ଗଳ କାମନା କରୁଛି। ଏହି ସମୟରେ ଆମର ଗୋପନୀୟତାକୁ ବୁଝିବା ଏବଂ ସମ୍ମାନ ଦେବା ପାଇଁ ଆପଣଙ୍କୁ ଧନ୍ୟବାଦ।'
ସାଇନା ନେହୱାଲ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ନିଷ୍ପତ୍ତି ସମ୍ପର୍କରେ ଏହି ଅପଡେଟ୍ ମଧ୍ୟ ସେୟାର କରିଛନ୍ତି । ସାଇନା ନେହୱାଲ ଏବଂ ପାରୁପଲ୍ଲୀ କଶ୍ୟପଙ୍କ ସହ ଜଡିତ ଏହି ଖବର କ୍ରୀଡ଼ା ଜଗତକୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କରିଛି ।
ସାଇନା ନେହୱାଲ ଏବଂ ପରୁପାଲି କଶ୍ୟପ 7 ବର୍ଷ ପୂର୍ବେ ବିବାହ କରିଥିଲେ । ସୂଚନା ଅନୁଯାୟୀ, ହାଇଦ୍ରାବାଦର ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀରେ ତାଲିମ ସମୟରେ ସାଇନା ଏବଂ ପରୁପାଲି ଭେଟ ହୋଇଥିଲେ । ଉଭୟ ଏହି ଖେଳରେ ବହୁତ ଆଗକୁ ବଢ଼ିଥିଲେ । ଦୀର୍ଘ ସମୟ ଧରି ସମ୍ପର୍କରେ ରହିବା ପରେ, ଉଭୟ 2018 ରେ ବିବାହ କରିଥିଲେ । ତଥାପି, ବିବାହ ପର୍ଯ୍ୟନ୍ତ ଲୋକମାନେ ସେମାନଙ୍କ ସମ୍ପର୍କ ବିଷୟରେ ଜାଣି ନଥିଲେ । ଏବେ ଦୁହେଁ ଅଲଗା ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଭୟ ପାରସ୍ପରିକ ସହମତିରେ ଛାଡପତ୍ର ନେଇଥିବା ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି।
Powered by Froala Editor