ଆଣ୍ଟାର୍କଟିକାରେ ସତର୍କ ସଙ୍କେତ : ତରଳୁଛି ବରଫ, ଲୁଣିଆ ହେଉଛି ପାଣି

ଆଣ୍ଟାର୍କଟିକା ଚାରିପାଖ ସମୁଦ୍ରର ଜଳ ଦ୍ରୁତ ଗତିରେ ଲୁଣିଆ ହେବାରେ ଲାଗିଛି । ସମୁଦ୍ରରେ ଥିବା ବରଫ ରେକର୍ଡ ବେଗରେ ତରଳୁଛି। ଗବେଷକମାନେ ସଂଗୃହୀତ ତଥ୍ୟରୁ ସମୁଦ୍ରର ଲବଣତା, ତାପମାତ୍ରା ଓ ସମୁଦ୍ର ବରଫରେ ପରିବର୍ତ୍ତନର ୧୫ ବର୍ଷର ଚିତ୍ର ପ୍ରସ୍ତୁତ କଲା ପରେ ଏ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି।
ସାଧାରଣତଃ, ସମୁଦ୍ର ପୃଷ୍ଠରେ ଥଣ୍ଡା ମଧୁର ଜଳ ଥାଏ ଏବଂ ତଳେ ଉଷ୍ମ ଲୁଣିଆ ପାଣି ରହିଥାଏ। ଏହି ସ୍ତରୀକରଣ ସମୁଦ୍ର ଗର୍ଭରେ ତାପକୁ ଫସାଇ ରଖେ, ପୃଷ୍ଠ ଜଳକୁ ଥଣ୍ଡା ରଖି ସମୁଦ୍ର ବରଫ ଗଠନ କରିବାରେ ସାହାଯ୍ୟ କରେ। ଲୁଣିଆ ପାଣି ଅଧିକ ସଘନ ହେଇଥିବାରୁ ତାହା ଭାରୀ ହୋଇଥାଏ। ତେଣୁ, ଯେତେବେଳେ ପୃଷ୍ଠ ଜଳ ଅଧିକ ଲୁଣିଆ ହୁଏ, ତାହା ସହଜରେ ବୁଡ଼ିଯାଏ ଏବଂ ଗଭୀର ସମୁଦ୍ରର ତାପମାତ୍ରା ବଢ଼ାଇଦିଏ।
୨୦୧୫ ପରଠାରୁ ଆଣ୍ଟାର୍କଟିକା ମହାଦେଶରେ ଗ୍ରିନଲ୍ୟାଣ୍ଡ୍ ଆକାରର ବରଫ ତରଳିଯାଇଛି, ଯାହା ଗତ ଦଶନ୍ଧିର ସବୁଠାରୁ ବଡ଼ ପରିବର୍ତ୍ତନ। ବରଫ ତରଳିବା ସାଧାରଣତଃ ସମୁଦ୍ରକୁ ସତେଜ କରିଥାଏ, କିନ୍ତୁ ନୂତନ ଉପଗ୍ରହ ତଥ୍ୟ ଦର୍ଶାଉଛି ଯେ ଏହା ବିପରୀତ କାର୍ଯ୍ୟ କରୁଛି। ବରଫ ତରଳିବା ସମୟରେ ସମୁଦ୍ରରେ ଗଚ୍ଛିତ ଅଧିକ ତାପ ବାୟୁମଣ୍ଡଳକୁ ଯାଇଥାଏ, ଯାହା ବିଶ୍ୱ ଉଷ୍ମତାକୁ ତ୍ୱରାନ୍ୱିତ କରିବା ସହ ଝଡ଼ର ସଂଖ୍ୟା ଓ ତୀବ୍ରତା ବୃଦ୍ଧି କରୁଛି ।
Powered by Froala Editor