ମରାଠି ଭାଷା ପ୍ରସଙ୍ଗକୁ ନେଇ ୨୦ ବର୍ଷ ପରେ ଦୁଇ ଭାଇ ଏକାଠି

ଦୀର୍ଘ ୨୦ ବର୍ଷ ପରେ ଦୁଇ ଭାଇ ଉଦ୍ଧବ ଠାକରେ ଓ ରାଜ ଠାକରେ ଏକାଠି ହୋଇଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ତାଙ୍କ ସମ୍ପର୍କୀୟ ଭାଇ ରାଜ୍ ଠାକ୍ରେ ମୁମ୍ବାଇରେ ଗୋଟିଏ ମଞ୍ଚରେ ଏକାଠି ହେବା ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି।
ଶନିବାର ମୁମ୍ବଇର ୱର୍ଲିରେ ଆୟୋଜିତ ଏକ ଶୋଭାଯାତ୍ରାରେ ଦୁଇ ଭାଇ ଏକାଠି ହୋଇ ବିଜୟ ଉତ୍ସବ ପାଳନ କରିଛନ୍ତି। ଠାକରେ କହିଛନ୍ତି, ମୁଁ ଆପଣମାନଙ୍କୁ ଏହା କହିବାକୁ ଚାହୁଛି ଯେ ଆମେ ଏକାଠି ଆସିବା କେବଳ ଟ୍ରେଲର। ଏହା ଆରମ୍ଭ ମାତ୍ର। ଏହା ପୂର୍ବରୁ ଏମ୍ଏନ୍ଏସ୍ (ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ୍ ଠାକରେ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଥିଲେ ଯେ ବାଲାସାହେବ ଠାକ୍ରେ ଯାହା କରିପାରିନଥିଲେ ମୁଖ୍ୟମନ୍ତ୍ରୀ ଫଡ଼ନାବିସ ତାହା କରି ଦେଖାଇଦେଲେ। ମତେ ଓ ଉଦ୍ଧବଙ୍କୁ ସେ ହିଁ ଏକାଠି କରିଦେଲେ।
ମରାଠି ଭାଷା ପ୍ରସଙ୍ଗକୁ ନେଇ ଦୁଇ ଭାଇ ଏକାଠି ହୋଇଛନ୍ତି। ମହାରାଷ୍ଟ୍ରରେ ହିନ୍ଦୀ ଭାଷା ଶିକ୍ଷାକୁ ଦୁଇ ଭାଇ ଏକାଠି ବିରୋଧ କରିବା ପରେ ରାଜ୍ୟ ସରକାର ବାଧ୍ୟ ହୋଇ ତ୍ରିଭାଷୀ ନୀତିକୁ ଉଚ୍ଛେଦ କରିଥିଲେ। ମହାରାଷ୍ଟ୍ରର ପ୍ରାଥମିକ ବିଦ୍ୟାଳୟଗୁଡିକରେ ମରାଠି, ଇଂରାଜୀ ସହିତ ହିନ୍ଦୀ ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରିବା ପୂର୍ବକ ରାଜ୍ୟ ସରକାର ତ୍ରିଭାଷୀ ନୀତି ଆପଣାଇଥିଲେ। ମାତ୍ର ରାଜ୍ୟ ସରକାରଙ୍କ ଏପରି ନୀତିକୁ ବିରୋଧ କରିବା ପୂର୍ବକ ଦୁଇ ଭାଇ ମିଶି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସମିତି (ଏମଏନଏସ୍) ଓ ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି)ର ନେତୃତ୍ବ ନେଉଛନ୍ତି।
ମୁମ୍ବାଇରେ ଆଗକୁ ୨୯ ପୌର ନିଗମରେ ନିର୍ବାଚନ ଥିବାବେଳେ ଶିବସେନା (ୟୁବିଟି) ମୁଖ୍ୟ କହିଛନ୍ତି, ମୁଁ ଏବଂ ରାଜ୍ ଠାକ୍ରେ ମୁମ୍ବାଇ ପୌର ନିର୍ବାଚନରେ କ୍ଷମତା ଅକ୍ତିଆର କରିବୁ।
Powered by Froala Editor