ବିଜେଡି ଦୁଇଫାଳ : ଦେବାଶିଷଙ୍କୁ ବିରୋଧ, ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ୩ ସାଂସଦ
ଓ୍ବକଫ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ପରଠାରୁ ଜୋର ଧରିଛି ରାଜନୀତି । ଏହା ପଛରେ ପାଣ୍ଡିଆନଙ୍କ ହାତ ଥାଇପାରେ ବୋଲି କିଛି ଜଣ ବ୍ୟକ୍ତି କହୁଥିବା ବେଳେ ନବୀନ ନିବାସରେ ପାଣ୍ଡିଆନ ବିରୋଧୀ ନାରା ଦେଖିବାକୁ ମିଳିଥିଲା । ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, ବଦ୍ରି ପାତ୍ର, ଗଣେଶ୍ୱର ବେହେରା, ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ଘଡେଇ ଆଦି ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ପାଣ୍ଡିଆନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏଥିସହିତ ସେମାନେ ଦଳରେ କାହାର ପତିଆରା ଚାଲିଛି ତାହା ପ୍ରକାଶ କରିବା ସହିତ ନବୀନଙ୍କୁ ସାମ୍ନାକୁ ଆସିବାକୁ କହିଛନ୍ତି।
ନବୀନ ନିବାସରେ ମୁନାଙ୍କ ସମର୍ଥକମାନେ ପାଣ୍ଡିଆନ ଗୋ ବ୍ୟାକ୍ ନାରା ସହିତ ପାଣ୍ଡିଆନ୍ ହଟାଅ, ବିଜେଡି ବଞ୍ଚାଅ ନାରାବାଜି ଦେଇଛନ୍ତି। ଏହାରି ଭିତରେ ପାଣ୍ଡିଆନ ସପକ୍ଷରେ ବାହାରିଛନ୍ତି 3ଜଣ ସାଂସଦ । ସାଂସଦ ନିରଞ୍ଜନ ବିଶି, ମାନସ ମଙ୍ଗରାଜ, ସୁଲତା ଦେଓ ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କରିଛନ୍ତି । ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି ଲେଖିଲେ ସାଂସଦ ବିଶି । ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି । ଅନ୍ୟପଟେ ସୁଲତା ଦେଓ କହିଛନ୍ତି, ପାଣ୍ଡିଆନଙ୍କ ଉପରେ ଦେବାଶିଷ ସାମନ୍ତରାୟଙ୍କ ଶତ୍ରୁତା ରହିଥିଲା । ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ ବୋଲି କହିଛନ୍ତି ।
କହିରଖୁଛୁ କି, ପୂର୍ବରୁ ଦେବାଶିଷ ସାମନ୍ତରାୟ ନାଁ ନନେଇ ଭିକେ ପାଣ୍ଡିଆନଙ୍କ ଆଡ଼କୁ ଇଙ୍ଗିତ କରିଥିଲେ । ମୁଖ୍ୟ ପରାମର୍ଶଦାତା ରାଜନୀତିରେ ନଥାଇ ରାଜନୀତିକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି ନେଇ ସେ ଆରୋପ ଲଗାଇଥିଲେ ।
Powered by Froala Editor