ଉଦ୍ଧାର ହେଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

ଫୁଲବାଣୀ: ଫୁଲବାଣୀ ଜିଲ୍ଳା ପିଅନପଡା ସ୍ଥିତ କାଳୀ ମନ୍ଦିର ସାହିରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ଲଳିତ ମୋହନ ରଥଙ୍କ ଝିଅ ନିଶାରାଣୀ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ନିଶାରାଣୀ ବେକରେ ଓଢଣୀ ଦେଇ ଘର ଭିତରେ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor