ହାଇୱା ପଛରେ ପିଟି ହୋଇ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ

ଲାଞ୍ଜିଗଡ: ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛ ପଟେ ପିଟି ହୋଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ଜଣକ ବେଦାନ୍ତ ଲିମିଟେଡ କର୍ମଚାରୀ ଓ ସ୍ଥାନୀୟ ଆରବିକେ କଲୋନୀର ପବିତ୍ର ମାଝୀ ବୋଲି ଜଣାପଡିଛି। ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ ସୋମବାର ବେଦାନ୍ତ ମୁଖ୍ୟ ଫାଟକ ଓ ମେଟେରିଆଲ ଗେଟ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ମୃତକ ବାଇକ ଆରୋହୀଙ୍କ ବାଇକ ପିଟି ହୋଇଯାଇଥିଲା। ଫଳରେ ସେ ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
Powered by Froala Editor