ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
ଛତ୍ରପୁର: ଛତ୍ରପୁର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କଏଦୀ ଜଣକ ହେଲେ ରମ୍ଭା ଅଞ୍ଚଳର ଆଶୁତୋଷ ନାହାକ। ତିନି ମାସ ତଳେ ସେ କୋଦଳା ଜେଲରୁ ଛତ୍ରପୁର ଉପକାରାଗାରକୁ ଆସିଥିଲେ। ଆଜି ସକାଳୁ କୌଣସି ଧାରୁଆ କାଚ ଦ୍ୱାରା ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତୁରନ୍ତ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଛତ୍ରପୁର ଉପକାରାଗାର ସୁପରିଡେଣ୍ଟ ନିଜେ ମେଡିକାଲରେ ଉପସ୍ଥିତ ରହିବା ସହ କଏଦୀଙ୍କ ପରିବାର ଲୋକଙ୍କୁ ଅବଗତ କରାଇଛନ୍ତି। କଏଦୀ ଜଣଙ୍କ କେଉଁ କାରଣ ପାଇଁ ଏହିଭଳି ଆତ୍ମହତ୍ୟା ଉଦ୍ୟମ କରିଲେ ତାହାର କାରଣ ଅସ୍ପଷ୍ଟ ରହିଛି।
Powered by Froala Editor