କୋରାପୁଟ ଓ ମାଲକାନଗିରିରୁ ଜମ୍ମୁ ଯିବେ୨ ହଜାର ବିଏସ୍ଏଫ୍ ଯବାନ

ଜମ୍ମୁ ଅଞ୍ଚଳରେ ସୁରକ୍ଷା ବଢାଇବା ପାଇଁ ଓଡ଼ିଶାରୁ ୨,୦୦୦ ରୁ ଅଧିକ କର୍ମଚାରୀଙ୍କୁ ନେଇ ଦୁଇଟି ବିଏସଏଫ ବାଟାଲିୟନ ବାହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଓ ମାଲକାନଗିରିରେ ନିୟୋଜିତ ଥିବା ୨ ହଜାର ବିଏସ୍ଏଫ୍ ଯବାନ ସେଠାକୁ ଯିବେ। ଭାରତ-ପାକିସ୍ତାନ ସୀମାରେ ସେମାନଙ୍କୁ ନିୟୋଜିତ କରାଯିବ। ଗତ କିଛିଦିନ ହେଲା ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇଛି। ତେଣୁ ଏହାକୁ ମୁକାବିଲା କରିବା ଲାଗି ସରକାର ସୁରକ୍ଷା ବାହିନୀକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ବିଏସ୍ଏଫର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ମାଓବାଦୀ ମୁକାବିଲାରେ ଏହି ୨ ବାଟାଲିୟନ ବିଏସ୍ଏଫ ଯବାନ ନିୟୋଜିତ ଅଛନ୍ତି। ତେବେ ତୁରନ୍ତ ସେମାନଙ୍କୁ ମାଓ ଦମନ ଅଭିଯାନ ଗ୍ରୀଡରୁ ପ୍ରତ୍ୟାହାର କରି ଜମ୍ମୁକୁ ପଠାଇବା ଲାଗି ନିର୍ଦ୍ଦେଶ ମିଳିଛି । ନିକଟରେ ଦିଲ୍ଲୀ ଓ ଜମ୍ମୁରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଜମ୍ମୁରେ ବିଏସ୍ଏଫ ଯବାନଙ୍କୁ ମୁତୟନ କରି କରିବା ଲାଗି ନିଷ୍ପରି ନିଆଯାଇଛି।
ଓଡ଼ିଶାରେ ମାଓହିଂସା କମିଥିବାରୁ ସେଠାରୁ ୧ ବାଟାଲିୟନ ବିଏସ୍ଏଫ ଯବାନଙ୍କୁ ପ୍ରତ୍ୟାହାର କରି ଛତିଶଗଡରେ ମୁତୟନ କରିବା ଲାଗି ପ୍ରସ୍ତାବ ରହିଥିଲା। କିନ୍ତୁ ଏବେ ସେହି ଦୁଇ ବାଟାଲିୟନର ଯବାନଙ୍କୁ ତୁରନ୍ତ ଜମ୍ମୁ ପଠାଇବାକୁ କୁହାଯାଇଛି।
Powered by Froala Editor