ମଧୁମିତା ମୃତ୍ୟୁ ମାମଲା: ତଥ୍ୟ ନେଲେ ବାୟୁସେନା ଅଧିକାରୀ

ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ତ୍ମହତ୍ୟା ଘଟଣାରେ ତଥ୍ୟ ନେଇଛନ୍ତି ବାୟୁସେନା ଅଧିକାରୀ। ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ବାୟୁସେନାରେ କାର୍ଯ୍ୟରତ ଥିବାରୁ ମାମଲାରେ ତଥ୍ୟ ନେଇଥିବା ଜଣାପଡ଼ିଛି। ଶ୍ରୀଧରଙ୍କ ଫୋନ୍ ଫରେନ୍ସିକ୍ ଲ୍ୟାବ୍କୁ ପଠାଯିବ ବୋଲି କମିଶନରେଟ୍ ପୋଲିସ କହିଛି। ଶ୍ରୀଧରଙ୍କ କେତେ ଝିଅଙ୍କ ସହ ସମ୍ପର୍କ ଥିଲା ଏହା ପରେ ସ୍ପଷ୍ଟ ହୋଇଯିବ।
ସ୍ବାମୀଙ୍କ ପରକୀୟା ପ୍ରୀତି ଯୋଗୁ ମଧୁମିତା ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଶ୍ରୀଧରଙ୍କୁ ଧଉଳି ଥାନା ପୋଲିସ ଗିରଫ କରିଥିଲା। କେତେ ଝିଅଙ୍କ ସହ ଶ୍ରୀଧରଙ୍କର ସମ୍ପର୍କ ଥିଲା, ସେ ସମ୍ପର୍କରେ ଜାଣିବା ପାଇଁ ତାଙ୍କ ମୋବାଇଲରୁ ଫୋରେନସିକ୍ ଲାବକୁ ପଠାଇବା ଜଣାପଡ଼ିଛି।
ଗତ ବୁଧବାର ରାତିରେ ମଧୁମିତା ଟ୍ରେନ୍ ଲାଇନ୍କୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଟ୍ରେନ୍ ଲାଇନ୍କୁ ଡେଇଁବା ପୂର୍ବରୁ ସେ ନିଜର ଇନ୍ଷ୍ଟାରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ଆତ୍ମହତ୍ୟାର କାରଣ କହିଥିଲେ। ସେହି ଭିଡିଓ ସାମ୍ନାକୁ ଆସିବା ପରେ ମଧୁମିତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ।
Powered by Froala Editor