ବିଜୟିନୀକୁ ୭ ମାସ ପୂରିଲା : ଅନ୍ନ ଖାଇ ବାହୁଡ଼ାରେ ଦିଅଁ ଛୁଇଁଲା

ମୃତ୍ୟୁର ଫାଶକୁ ଚିରି ବାହାରିଥିଲା କୁନି ଝିଅଟି । ମୁକୁଳା ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହୋଇଥିଲା । ତେଣୁ ତାର ନାଁ ରଖାଯାଇଥିଲା ବିଜୟିନୀ । ହଁ ଆମେ ସେହି ଝିଅ କଥା କହୁଛୁ ଯାହାକୁ ସମ୍ବଲପୁର ରେଙ୍ଗାଲି ଲାରିପାଲିରୁ ଉଦ୍ଧାର କରାଯାଇଥିଲା । ଗଭୀର ବୋରୱେଲ ଭିତରେ ସଂଘର୍ଷ କରି କୁଆଁ କୁଆଁ ଡାକ ଛାଡୁଥିବା ସେହି ଝିଅଟିକୁ ଆଜି ୭ ମାସ ପୂରିଯାଇଛି । ଶିଶୁ କେନ୍ଦ୍ରରେ ପାଳନ ହେଉଛି ବିଜୟିନୀର ଅନ୍ନପ୍ରାସନ ଉତ୍ସବ । ଏହି ଦିନରେ ବିଜୟିନୀର ସେହି ଅତୀତକୁ ମନେ ପକାଇ କାନ୍ଦି ଉଠିଛନ୍ତି ଶିଶୁ କେନ୍ଦ୍ରର ଅଧିକାରୀ ।
ଶିଶୁ କେନ୍ଦ୍ରର ଅଧିକାରୀ ବିଜୟିନୀଙ୍କୁ କୋଳରେ ଧରି ନିଜ ହାତରେ ଅନ୍ନ ଖୁଆଇବା ବେଳେ ବିଜୟିନୀଙ୍କୁ ଦେଖି ଅଧିକାରୀଙ୍କ ଆଖିରୁ ବୋହି ପଡିଲା ଲୁହ । ୬ ମାସ ଯାଏଁ ତରଳ ବେବିଫୁଡ୍ ଖାଉଥିଲା ବିଜୟନୀ । କିନ୍ତୁ ପ୍ରଥମ କରି ଅନ୍ନ ଛୁଇଁଛି ଓ ବାହୁଡ଼ାରେ ରଥାରୂଢ଼ ଜଗନ୍ନାଥ ଦର୍ଶନ କରିବ, ରଥ ଛୁଇଁଛି ।
ଜନ୍ମର ମାତ୍ର କିଛି ଘଣ୍ଟା ପରେ ନିଜ ଜନ୍ମ କଲା ମାଆ ତାକୁ ପରିତ୍ୟକ୍ତ ବୋରୱେଲରେ ଫିଙ୍ଗି ଦେଇଥିଲା ହେଲେ ଏ ଶିଶୁକନ୍ୟା ମୃତ୍ୟୁ କୁ ଜୟ କରି ସୁରକ୍ଷିତ ଭାବରେ ଉଦ୍ଧାର ହୋଇପାରିଥିଲା ।
Powered by Froala Editor