ବାରିପଦାରେ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ
ବାରିପଦା: ବାରିପଦାରେ ଥିବା ଘରୋଇ 'ସାଇ' ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ନସିଂହୋମରେ ଦ୍ଵିତୀୟ ମହଲାରେ ଥିବା ଏକ ରୁମରେ ଆଜି ଭୋରରୁ ନିଆଁ ଲାଗି ଯାଇଥିଲା। ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଆଜି ଭୋର ସମୟରେ ନସିଂହୋମରେ ଷ୍ଟାଫ୍ ମାନଙ୍କ ଡିୟୁଟି ରୁମରେ ନିଆଁ ଲାଗିଯାଇଥିଲା। ଜଣେ ଷ୍ଟାପ ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।ହେଲେ ପ୍ରବଳ ଧୁଆଁ ଯୋଗୁ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ କଷ୍ଟକର ହୋଇଥିଲା। ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ନସିଂହୋମର ୪ ଜଣ ରୋଗୀଙ୍କୁ ବାହାରକୁ ଅଣାଯାଇଥିବା ଜଣାଯାଇଛି। ହେଲେ କାହାର କିଛି କ୍ଷତି ହୋଇନାହିଁ। ଅଗ୍ନିକାଣ୍ଡରେ ନସିଂହୋମରେ ଥିବା ଜିନିଷପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି।
Powered by Froala Editor