ଟ୍ରକ୍- ବସ୍ ଧକ୍କା, ୩ ମୃତ
ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ବୁଢ଼ିଖମାର ଛକ ନିକଟରେ ଆଜି ଭୋରରୁ ଏକ ଟ୍ରକ୍କୁ ତୀର୍ଥଯାତ୍ରୀ ବସ୍ ଧକ୍କା ହେବାରୁ ବସ୍ ଡ୍ରାଇଭର ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ୨ ଜଣ ପୁରୁଷଥିବା ବେଳେ ଜଣେ ମହିଳା ଥିବା ଜଣାଯାଇଛି। ହାଇଦ୍ରାବାଦରୁ ତୀର୍ଥ ଯାତ୍ରୀଙ୍କୁ ନେଇ ବସ୍ଟି ଗୟା ଯାଉଥିଲା। ବୁଢ଼ିଖମାର ଛକ ନିକଟରେ ଏକ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିଲା। ଆଜି ଭୋରରୁ ବସ୍ଟି ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।ଦୁର୍ଘଟଣାରେ ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
Powered by Froala Editor