ବିକ୍ରମଙ୍କ ସ୍ଥାନରେ ଅରବିନ୍ଦ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢ଼ୀଙ୍କୁ ଗୁରୁବାର ନିଯୁକ୍ତି ଦିଆଯାଇଛି। ବିକ୍ରମ ଯାଦବଙ୍କୁ ଏହି ପଦରୁ ହଟାଇ ୧୯୯୬ ବ୍ୟାଚର ଆଇଏଏସ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଆଇନ ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ପହଣ୍ଡି ବେଳେ ବଡଠାକୁର ହାମୁଡାଇ ହୋଇ ପଡ଼ିଯାଇଥିଲେ। ସେହିପରି ରଥଟାଣିବା ବେଳେ ଭିଡରେ ଜଣେ ବଲାଙ୍ଗୀର ସଇଁତଳାର ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିବା ସହ ଠେଲାପେଲାରେ ଅନେକ ଆହତ ହୋଇଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠିଛି। ଆଉ ଏହାରି ଭିତରେ ଅରବିନ୍ଦ ପାଢୀଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ସରକାର। ୨୦୧୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ଏନେଇ ଆଇନ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ଏକ ବିଜ୍ଞପ୍ତି ଜାରି କରାଯାଇଛି।
Powered by Froala Editor