ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୧୨ ଲକ୍ଷ
ସୋର : ବାଲେଶ୍ୱର ଜିଲା ସୋରରେ ଦିବାଲୋକରେ ମଙ୍ଗଳବାର ବଡ ଧରଣର ଲୁଟ୍ ହୋଇଛି। କୁପାରୀ ଆଗରପଡା ରାସ୍ତା ବର୍ତନା ବ୍ୟାଙ୍କ ନିକଟରୁ ଏହି ଲୁଟ୍ ହୋଇଛି। ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ବାଇକରେ ଆସି ୪ ଜଣ ଦୁର୍ବୃତ୍ତଗୁଳି ଚାଳନା କରି ଟଙ୍କା ବ୍ୟାଗ୍ ଧରି ଲୁଟ କରିଛନ୍ତି। ପେଟ୍ରୋଲ ପମ୍ପର ୨ କର୍ମଚାରୀ ଟଙ୍କା ବ୍ୟାଗ୍ ନେଇ ବ୍ୟାଙ୍କ ଯାଉଥିଲେ। ଜଣେ ବ୍ୟକ୍ତିଙ୍କ ଗୋଡରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor