ରାୟଗଡାରେ ବ୍ୟାପିଲା ଝାଡ଼ାବାନ୍ତି: ଯୁବକ ମୃତ, ୮ ଆକ୍ରାନ୍ତ
ରାୟଗଡ଼ା ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଛି । ବର୍ଷା ଆରମ୍ଭରୁ ଝାଡାବାନ୍ତିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକ ହେଲେ ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦରର ଚିତ୍ର ସୁନା(୨୬) । ୮ ଆକ୍ରାନ୍ତ ଏବେବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକିିତ୍ସିତ ହେଉଛନ୍ତି । ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ଭଟାଙ୍ଗପଦରରେ ପହଞ୍ôଚଛନ୍ତି । ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରାଯାଇଛି । ଏଥିସହ ଫୁଟାପାଣି ପିଇବାକୁ ଲୋକଙ୍କୁ ସଚେତନ କରାଯାଇଛି ।
ସୂଚନା ଅନୁଯାୟୀ, ରବିବାର ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦରରେ ଝାଡ଼ାବାନ୍ତି ବ୍ୟାପିଥିଲା । ଏଥିରେ ଚିତ୍ରଙ୍କ ସମେତ ଅନ୍ୟ ୬ଜଣ ଆକ୍ରାନ୍ତ ହୋଇଥିଲେ । ଗୁରୁତର ଅବସ୍ଥାରେ ଘରେ ହିଁ ଚିତ୍ରଙ୍କ ମୃତ୍ୟୁ ହୋଇଥିଲା । ଆକ୍ରାନ୍ତ ୫ଜଣଙ୍କ ମଧ୍ୟରୁ ଦୁଇଜଣ କ୍ଷିତ ଓ ନୁନୁଙ୍କୁ ଅମ୍ବାଦଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ୩ଜଣ ଆକ୍ରାନ୍ତ ଗାଁରେ ଚିକିତ୍ସିତ ହେଉଛନ୍ତି । ସେହିପରି ମୁନିଗୁଡ଼ା ସହରର ସ୍ୱପ୍ନା ଗୌଡ଼ ରବିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ଖବରପାଇ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଗାଁରେ ପହଞ୍ôଚଛି । ଦୂଷିତ ପାଣି ବ୍ୟବହାର ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡିଛି । ବର୍ଷା ଦିନରେ ଦୂଷିତ ପାଣି ବ୍ୟବହାର ନକରିବା ପାଇଁ ଟିମ୍ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି । ଅନ୍ୟପକ୍ଷରେ ବ୍ଲକ୍ ପ୍ରଶାସନ ତରଫରୁ ଗାଁ ଲୋକଙ୍କୁ ଟ୍ୟାଙ୍କରରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ।
Powered by Froala Editor