ବିଜେଡିର ନୂଆ ମୁଖପାତ୍ର ମଣ୍ଡଳୀ : ଜାଣନ୍ତୁ...କାହାକୁ ମିଳିଲା କେଉଁ ଦାୟିତ୍ୱ
ପବିତ୍ର ରଥଯାତ୍ରାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି । ବିଜେଡିର ବଡ଼ ପଦାଧିକାରୀ କମିଟିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଥିରେ ରାଜ୍ୟସ୍ତରୀୟ ସମସ୍ତ ଦଳୀୟ ପଦାଧିକାରୀଙ୍କୁ ହଟାଇ ଦିଆଯାଇଛି। ହେଲେ ଜିଲାସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ ରହିଛନ୍ତି। ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି। ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ ଡ. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ କରିଥିବା ପ୍ରକାଶ ପାଇଛି।
ସୁକାନ୍ତ କୁମାର ପଣ୍ଡା ନବୀନ ପଟ୍ଟନାୟକଙ୍କର ଜନସମ୍ପର୍କ ଅଧିକାରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ଦଳର ଜାତୀୟ ମୁଖପାତ୍ର ଭାବରେ ୫ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି । ଡା. ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ଡା. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଏବଂ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଦାୟିତ୍ୱରେ ରହିଛନ୍ତି ।
୧୪ ଜଣ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ମୁଖପାତ୍ର ତାଲିକାରେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କୁମାର ଦେବ, ଡା. ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସାମିଲ ହୋଇଛନ୍ତି । ଏହାବ୍ୟତୀତ ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଏବଂ ଡା. ଲେନିନ ମହାନ୍ତି ମଧ୍ୟ ଏହି ରାଜ୍ୟସ୍ତରୀୟ ମୁଖ୍ୟପାତ୍ର ତାଲିକାରେ ସାମିଲ ରହିଛନ୍ତି ।
ବରିଷ୍ଠ ନେତା ପ୍ରତାପ କୁମାର ଜେନାଙ୍କୁ ବରିଷ୍ଠ ରାଜ୍ୟଗଣମାଧ୍ୟମ ସଂଯୋଜକ ଭାବରେ ନିଯୁକ୍ତି ମିଳିଛି । ସ୍ୱୟମ ପ୍ରକାଶ ମହାପାତ୍ର ସୋସିଆଲ ମିଡିଆ କୋ-ଅର୍ଡନେଟର ଭାବରେ ଦାୟିତ୍ୱ ପାଇଛନ୍ତି । ଲେନିନ ମହାନ୍ତି ଏବଂ ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ୟମ ସଂଯୋଜକ ଭାବରେ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
Powered by Froala Editor