ମହାବାହୁଙ୍କ ପହଣ୍ଡି ବିଜେ
ପୁରୀ: ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ବଳଭଦ୍ରଙ୍କର ପହଣ୍ଡି ଏବଂ ଏହା ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଏବେ ମହାବାହୁ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି।ଆଜି ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟା ତିଥି ବା ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଧୀରେ ଧୀରେ ବଡଦାଣ୍ଡରେ ବଢୁଛି ଭକ୍ତଙ୍କ ଗହଳି । ସେ ଦିବ୍ୟ ମୁହୁର୍ତ୍ତକୁ ଦେଖିବାକୁ ଅପେକ୍ଷା କରିଛନ୍ତି ଭକତ୍ । ଦେଶ ବିଦେଶରୁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ । ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବେ ଭକ୍ତ । ଗୋଟିଏ ଦିନରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା । ଏହି ଦିବ୍ୟମହୁର୍ତ୍ତରେ ସାଖି ରହିବାକୁ ବଡଦାଣ୍ଡରରେ ଭକ୍ତଙ୍କ ଗହଳି । ଭଜକ କିର୍ତ୍ତନ କାହାଳିରେ କମ୍ପୁଛି ବଡଦାଣ୍ଡ । ବର୍ଷକୁ ଥରେ ଏହି ଦିନକୁ ଅପେକ୍ଷା କରିଥାନ୍ତି ଭକ୍ତ ଓ ଭଗବାନ । ରତ୍ନବେଦୀ ଛାଡି ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୁରତି । ବଡଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମହାମିଳନ ।
Powered by Froala Editor