କଳହ ନେଲା ସାଂଘାତିକ ରୂପ, ନିଜ ବାପାକୁ ହତ୍ୟା କଲା ପୁଅ

ଭୁବନେଶ୍ୱର : ପାରିବାରିକ କଳହ ନେଲା ସାଂଘାତିକ ରୂପ । ପୁଅ ପିଶାଚ ସାଜି ନିଜ ବୃଦ୍ଧ ବାପାକୁ ହତ୍ୟା କରିବାକୁ ପଛାଇଲା ନାହିଁ। କୌଣସି ଉପାନ୍ତ ଅଞ୍ଚଳ ନୁହେଁ ରାଜଧାନୀରେ ଘଟିଛି ଏପରି ବୀଭତ୍ସ ହତ୍ୟାକାଣ୍ଡ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କଲା ପୁଅ। ମୃତକ ହେଉଛନ୍ତି ସୁନୀଲ ଚୌଧୁରୀ । ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ତାଙ୍କ ପୁଅ ମଧ୍ୟ ଏକ ଘରୋଇ ଲ’ କଲେଜରେ ଜଣେ ଫ୍ରଫେସର ଭାବେ କାର୍ୟ୍ୟରତ ଥିବା ଜଣାଯାଇଛି।କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେବା ପରେ ନିଜ ହିତାହିତ ଜ୍ଞାନ ହରାଇ ପୁଅ ବାପାକୁ ହତ୍ୟା କରିଥିବା ପଡ଼ୋଶୀଙ୍କ ସୂତ୍ରରୁ ପ୍ରକାଶ। ଖବର ପାଇ ମଞ୍ଚେଶ୍ୱର ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ ।
Powered by Froala Editor