ନୂଆ ଅପରାଧିକ ଆଇନ ଲାଗୁ ପରେ ଦିଲ୍ଲୀରେ ପ୍ରଥମ ଏଫଆଇଆର

ସୋମବାର ଦେଶରେ ଲାଗୁ ହୋଇଛି ୩ଟି ନୂଆ ଅପରାଧିକ ଆଇନ। ଏହି ନୂଆ ଆଇନ ଲାଗୁ ହେବା ପରେ ଦେଶର ପ୍ରଥମ ଏତଲା ମଧ୍ୟ ଦାଏର ହୋଇସାରିଛି । ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟରେ ରେଲୱେ ଷ୍ଟେସନ ପାଖରେ ଜଣେ ବ୍ୟକ୍ତି ରାସ୍ତା ମଝିରେ ଠେଲା ଗାଡିରେ ପାଣି-ଗୁଟଖା ବିକ୍ରି କରୁଛି । ଏହି କାରଣରୁ ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେଉଛି । ଏହା ପରେ ପୋଲିସ ଏହି ବ୍ୟକ୍ତିଙ୍କ ବିରୋଧରେ ବିଏନଏସ ଅନୁଯାୟୀ, ଏଫଆଇଆର ଦାଖଲ କରିଛନ୍ତି ।
ନୂଆଦିଲ୍ଲୀ ରେଳ ଷ୍ଟେସନ ଫୁଟ୍ ଓଭର ବ୍ରିଜ୍ ତଳେ ବେଆଇନ ସାମଗ୍ରୀ ବିକ୍ରି ଅଭିଯୋଗରେ ଫୁତପାତ୍ ବେପାରୀଙ୍କ ନାଁରେ ଧାରା ୨୮୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ପୋଲିସର ଏଫଆଇଆର ଅନୁଯାୟୀ, ନୂଆଦିଲ୍ଲୀ ରେଳ ଷ୍ଟେସନ ଫୁଟ୍ ଓଭର ବ୍ରିଜ୍ ତଳେ ବେଆଇନ ସାମଗ୍ରୀ ବିକ୍ରିକରୁଥିବା ଅଭିଯୁକ୍ତ ଜଣକ ହେଉଛି ବିହାରର ବାସିନ୍ଦା । ଅଭିଯୁକ୍ତର ନାଁ ପଙ୍କଜ କୁମାର ଏବଂ ସେ ଫୁଟ୍ ଓଭର ବ୍ରିଜ୍ ତଳେ ବିଡି , ସିଗାରେଟ୍ ଭଳି ନିଶାଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଯାତାୟାତରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ପରେ ପୋଲିସ ବିଏନ୍ଏସ ଅଧୀନରେ ଏହି ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର ପଞ୍ଜୀକରଣ କରିଥିଲା।
ସୂଚନା ଅନୁଯାୟୀ, ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି।
Powered by Froala Editor