Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରବଳ ହଙ୍ଗାମା ଓ ବିରୋଧ ପ୍ରଦର୍ଶନ: ...

  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ...

  • ସର୍ଟକଟ୍‌ ପ୍ରତି ସାବଧାନ ଓ ...

  • ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

  • ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

  • ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ ...

  • ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ...

  • ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ...

  • ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, ...

ରାଜନୀତି
Home ›› ରାଜନୀତି ››ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ହଜାର ହଜାର ଲୋକଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ହଜାର ହଜାର ଲୋକଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

2024-05-17 16:52:55
16519
Share:
Facebook
Twitter
E-Mail
WhatsApp
Telegram
ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ହଜାର ହଜାର ଲୋକଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର - ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । 


ସମ୍ୱଲପୁର ପି.ଏଚ୍‍.ଡି. ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ମାଗଣା ଦେବ । ଆପଣମାନଙ୍କ ପାଖକୁ ଆଉ ବିଜୁଳି ବିଲ୍‍ ଆସିବ ନାହିଁ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବି.ଏସ୍‍.କେ.ୱାଇ., ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‍ସନ, ଚାଉଳ କାର୍ଡ ଇତ୍ୟାଦିର ସୁଫଳ ବିଷୟରେ ମତାମତ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପଚାରିଥିଲେ ଯେ, ମା ସମଲେଇଙ୍କ ପ୍ରକଳ୍ପ କାମ କିପରି ହୋଇଛି ? ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କିପରି ହୋଇଛି ? ସମସ୍ତ ଉପସ୍ଥିତ ଜନତା ଉଚ୍ଛ୍ୱସିତ ସ୍ୱରରେ ବହୁତ ଭଲ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନର ଉତ୍ତରରେ ଭାବବିହ୍ୱଳ ହୋଇଯାଇଥିଲେ ଉପସ୍ଥିତ ଜନତା । କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ପ୍ୟାକେଜ୍‍ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।


ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ବିରୋଧି ଦଳର ନେତାମାନେ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣମାନେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ । 


କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁରର ସାଂସଦ ପ୍ରାର୍ଥୀଙ୍କୁ ଶାଣିତ ପ୍ରଶ୍ନ ମାଧ୍ୟମରେ ପଚାରିଥିଲେ ଯେ ଆପଣ ଏ ଅଞ୍ଚଳ ପାଇଁ, ମହାନଦୀ ପାଇଁ ମା ସମଲେଇଙ୍କ ପାଇଁ କ’ଣ କରିଛନ୍ତି, ଏହାର ଉତ୍ତର ରଖିବେ ।


ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ଅଞ୍ଚଳର ପରିଚୟ ହେଉଛି ସମ୍ୱଲପୁରୀ କୋଶଳୀ ଭାଷା । ସମ୍ୱିଧାନର ଅଷ୍ଟମ ପରିଚ୍ଛେଦରେ ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପାଞ୍ଚ ଥର କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲେ । କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇପାରିବେ କି ? କାହିଁକି ଅନ୍ତର୍ଭୁକ୍ତ ହେଲା ନାହିଁ ? 


ସେ ଆହୁରି ମଧ୍ୟ ପଚାରିଥିଲେ, ସମ୍ୱଲପୁରୀ ଶାଢ଼ୀ ଏ ଅଞ୍ଚଳର ମୁଖ୍ୟ ପରିଚୟ । ସମ୍ୱଲପୁରୀ ଶାଢ଼ୀର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କଳାଭୂମିଠାରେ ମ୍ୟୁଜିୟମ୍‍ କରିଛନ୍ତି । ସେ କ’ଣ କରିଛନ୍ତି ? ସମ୍ୱଲପୁରୀ ଶାଢ଼ୀ ଡିଜାଇନରେ ଭୁବନେଶ୍ୱର ଠାରେ କୃଷିଭବନ ମୁଖ୍ୟମନ୍ତ୍ରୀ ତିଆରି କରିଛନ୍ତି । ଏହି ଭବନ ସାରା ବିଶ୍ୱରେ ଏକ ନମ୍ୱର ହୋଇ ଆୱାର୍ଡ ପାଇଛି, ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସମ୍ୱଲପୁରୀ ଶାଢ଼ୀ ପାଇଁ ।


ମୁଖ୍ୟମନ୍ତ୍ରୀ ବୁଣାକାରମାନଙ୍କ ଉନ୍ନତି ପାଇଁ ଗୁଡ଼ାଏ ପ୍ୟାକେଜ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କଣ କରିଛନ୍ତି ? ଚାହିଁଥିଲେ ଟେକ୍‍ସଟାଇଲ ପାର୍କ କରିପାରିଥାନ୍ତେ ? ରପ୍ତାନୀ ପାଇଁ ଉଦ୍ୟମ କରିପାରିଥାନ୍ତେ । କିଛି କଲେ ନାହିଁ । ଏ ଅଞ୍ଚଳର ବୀର ସୁରେନ୍ଦ୍ର ସାଏ, ଭୀମ ଭୋଇ, ଗଂଗାଧର ମେହେର, ପାର୍ବତୀ ଗିରିଙ୍କ ପରି ବରପୁତ୍ରମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ବିଜେପି ସରକାର କ’ଣ କରିଛି ? ଆମ ସରକାର ଏହି ବରପୁତ୍ରମାନଙ୍କ ସ୍ମୃତି ପୀଠର ଉନ୍ନତି କରୁଛନ୍ତି । ସେମାନଙ୍କ ସମ୍ମାନାର୍ଥେ ବହୁ ଯୋଜନା ମଧ୍ୟ ନାମିତ କରିଛନ୍ତି ।  


ମହାନଦୀ ଆମ ଓଡ଼ିଆଙ୍କ ଅସ୍ମିତା । ଓଡ଼ିଶାର ମହାନଦୀ ଆନ୍ଦୋଳନ ବେଳେ ବିଜେପି ସରକାର ଛତିଶ୍‍ଗଡ଼ ସହିତ ଠିଆ ହେଲା, ଅଥଚ ଓଡ଼ିଶାକୁ ଭୁଲିଗଲା । ମହାନଦୀ ଟ୍ରିବୁନାଲ ଗଠନକୁ ବିରୋଧ କଲା । ଓଡ଼ିଶାବାସୀ ଓ ଓଡ଼ିଶାର ଚାଷିକୁଳଙ୍କୁ ସେ ସମୟରେ ବିଜେପି ସରକାର ଭୁଲିଗଲା । 


ସେ ଆହୁରି ମଧ୍ୟ କହିଲେ ଯେ, ମା ସମଲେଇ ପ୍ରକଳ୍ପ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ସ୍ୱପ୍ନର କାର୍ଯ୍ୟକ୍ରମ ଥିଲା । ସେତେବେଳେ ମଧ୍ୟ ଏହାକୁ ବିରୋଧ କଲେ । ବିରୋଧ କରି ସୁପ୍ରିମ୍‍ କୋର୍ଟ ପର୍ଯନ୍ତ ଗଲେ । ମା ସମଲେଇଙ୍କ କୃପାରୁ ସେମାନେ ଏଥିରେ ସଫଳ ହେଲେ ନାହିଁ । ସୁରୁଖୁରୁରେ ସମଲେଇ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହେଲା । ଏହି ପ୍ରକଳ୍ପ ପାଇଁ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବହୁ ପରିଶ୍ରମ କରିଛନ୍ତି । 


ସମ୍ୱଲପୁର ଅଞ୍ଚଳର ବହୁ ଗରିବ ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରିଥାନ୍ତି । କେନ୍ଦୁପତ୍ର ତୋଳାଳୀ ଉପରେ କେନ୍ଦ୍ରସରକାର ଜି.ଏସ୍‍.ଟି. ଲାଗୁ କଲେ । ବଡ଼ ବଡ଼ କମ୍ପାନୀ ଓ ପୁଞ୍ଜୀନିବେଶକାରୀଙ୍କ ଠାରୁ ସିନା ଜି.ଏସ୍‍.ଟି. ନେବେ, ଜଙ୍ଗଲ ଉପରେ ନିର୍ଭର କରୁଥିବା ଗରିବ ଲୋକଙ୍କ ଠାରୁ ଜି.ଏସ୍‍.ଟି. ନେବା ଉଚିତ କି ବୋଲି ସେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରୁ ରାଜ୍ୟ ଜି.ଏସ୍‍.ଟି. ଫେରାଇ ନେଇଛନ୍ତି । ସେମାନଙ୍କ ପାଇଁ ବହୁତ ବଡ଼ ବଡ଼ ପ୍ୟାକେଜ କରିଛନ୍ତି । ଏ ବାବଦରେ କେବେ ସ୍ୱର ଉତ୍ତୋଳନ କରିଛନ୍ତି କି, କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରାର୍ଥୀ । 


କହିଥିଲେ ଏମ୍‍.ଏସ୍‍.ପି. ଦୁଇଗୁଣ ହେବ, ହେଲା କି ? ଏବେ ଇଲେକ୍‍ସନ ୧୦ ଦିନ ଅଛି, ପୁଣି ମନେ ପଡ଼ୁଛି, ୧୦ ବର୍ଷ ହେଲା କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଥିଲେ । 


ମୁଖ୍ୟମନ୍ତ୍ରୀ ସମ୍ୱଲପୁରର ସବୁ ହାଇସ୍କୁଲକୁ 5T ରୂପାନ୍ତରଣ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଗୋଟିଏ ସ୍କୁଲ କରିଛନ୍ତି କି ? ଅଞ୍ଚଳ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଆଣିଛନ୍ତି କି ? ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ସମ୍ୱଲପୁର କିମ୍ୱା ଦେଗଗଡ଼ରେ ଦକ୍ଷତା ବିକାଶ କେନ୍ଦ୍ର ଗୋଟିଏ ଖୋଲିଲେ କି ? ଏ ଅଞ୍ଚଳକୁ କାହିଁକି ଅବହେଳା କଲେ ? ତୈଳମନ୍ତ୍ରୀ ଥିବା ବେଳେ ୨ ମାସକୁ ଥରେ ତାଙ୍କ ଦସ୍ତଖତରେ ପେଟ୍ରୋଲ, ଡିଜେଲ ଓ ଏଲ୍‍.ପି.ଜି. ଦର ବଢ଼ୁଥିଲା । ସାଧାରଣ ଖାଉଟିର କଷ୍ଟକୁ ସେତେବେଳେ ସେ କ’ଣ ଅନୁଭବ କରିପାରୁନଥିଲେ । କେନ୍ଦ୍ରମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ, ଲୋକଙ୍କ ପାଖରେ ଉତ୍ତରଦାୟୀ ହୁଅନ୍ତୁ ।


ମୁଖ୍ୟମନ୍ତ୍ରୀ ୩ ବର୍ଷ ମଧ୍ୟରେ ବିଜୁ ଏକ୍‍ସପ୍ରେସ୍‍ ୱେ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ । ଅଥଚ କଟକ-ସମ୍ୱଲପୁର ରାସ୍ତା ୧୦ ବର୍ଷ ହେଲା ହୋଇପାରୁନାହିଁ । ଲୋକଙ୍କ ଯିବାଆସିବା ଅସୁବିଧା ଠାରୁ ଆରମ୍ଭ କରି ବହୁ ଧନଜୀବନ ଏଥିପାଇଁ କ୍ଷୟକ୍ଷତି ଘଟୁଛି । 


କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରି ସେ ପୁଣି କହିଥିଲେ ଯେ, ଏମ୍‍.ସି.ଏଲ୍‍. ପ୍ରତିବର୍ଷ କୋଇଲା ବାବଦକୁ ଓଡ଼ିଶାରୁ ୨୭ ହଜାର କୋଟି ଟଙ୍କା ପାଉଛି । କିନ୍ତୁ ଓଡ଼ିଶାବାସୀ ପାଉଛନ୍ତି ପ୍ରଦୂଷଣ । ଏବଂ ଓଡ଼ିଶା ପାଉଛି ମାତ୍ର ୪ ହଜାର କୋଟି ଟଙ୍କା । ଏଇଟା କ’ଣ ଉଚିତ ହେଉଛି କି ? 


ସମ୍ୱଲପୁର ଓ ରେଙ୍ଗାଲୀର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ବହୁତ ବଡ଼ ମାଷ୍ଟର ପ୍ଲାନ ରହିଛି ବୋଲି ସେ ସୂଚନା ଦେଇ ବିଜୁ ଜନତା ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ ।

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ ...

    13699
    Aug 12, 2026
  • ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର
    ଦେଶ-ଦେଶାନ୍ତର

    ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର

    13900
    Aug 12, 2026
  • ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ...
    ଦେଶ-ଦେଶାନ୍ତର

    ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ...

    15023
    Aug 12, 2026
  • ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ
    ଅପରାଧ

    ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ

    15101
    Aug 12, 2026
  • ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି
    ଦେଶ-ଦେଶାନ୍ତର

    ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି

    13752
    Aug 12, 2026
  • ମୁମ୍ବାଇର କୁର୍ଲାରେ ଭୂସ୍ଖଳନ
    ଦେଶ-ଦେଶାନ୍ତର

    ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

    14160
    Aug 12, 2026
  • ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି
    ଦେଶ-ଦେଶାନ୍ତର

    ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

    14324
    Aug 12, 2026
  • ପ୍ରବଳ ହଙ୍ଗାମା ଓ ବିରୋଧ ପ୍ରଦର୍ଶନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଲୋକସଭା
    ଦେଶ-ଦେଶାନ୍ତର

    ପ୍ରବଳ ହଙ୍ଗାମା ଓ ବିରୋଧ ପ୍ରଦର୍ଶନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଲୋକସଭା

    13658
    Aug 13, 2026
  • ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ପ୍ଲାଷ୍ଟିକ୍
    ଦେଶ-ଦେଶାନ୍ତର

    ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ପ୍ଲାଷ୍ଟିକ୍

    14488
    Aug 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ

    15101
    Aug 12, 2026
  • ଦେଶ-ଦେଶାନ୍ତର

    ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

    14160
    Aug 12, 2026
  • ଦେଶ-ଦେଶାନ୍ତର

    ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

    14324
    Aug 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17026
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17639
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17688
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18089
    Sep 06, 2023

ବିଶେଷ

  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14130
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14483
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14314
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15899
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16313
    Aug 02, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

- ବୋରିଙ୍ଗପଦର ଏବଂ ପାଲବେରୀ ଗ୍ରାମରୁ ୩୫୦ ରୁ ଅଧିକ ଅଂଶଗ୍ରହଣ କରିଥିଲେ

- ପାରମ୍ପରିକ ପୋଷାକ, ସ୍ୱଦେଶୀ ଖାଦ୍ୟ ଏବଂ ସାଂସ୍କୃତିକ ପ୍ରତିଯୋଗିତା ମାଧ୍ୟମରେ ଜନଜାତି ଐତିହ୍ୟ ପ୍ରଦର୍ଶନ

ଭୁବନେଶ ...

  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14355
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15258
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14627
    Aug 07, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14160
    Aug 04, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14130
    Aug 13, 2026
  • ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର

    13900
    Aug 12, 2026
  • ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

    14324
    Aug 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In