Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ...

  • ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ...

  • ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ...

  • ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ...

  • ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ...

  • ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ...

  • ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି ...

  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

  • ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

  • ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ...

ରାଜନୀତି
Home ›› ରାଜନୀତି ››୨୦୨୪ ନିର୍ବାଚନରେ ବିଜେପିର ବିଜୟ ସ୍ପଷ୍ଟ : ବିଜେପି

୨୦୨୪ ନିର୍ବାଚନରେ ବିଜେପିର ବିଜୟ ସ୍ପଷ୍ଟ : ବିଜେପି

2024-05-13 14:11:00
14618
Share:
Facebook
Twitter
E-Mail
WhatsApp
Telegram
୨୦୨୪ ନିର୍ବାଚନରେ ବିଜେପିର ବିଜୟ ସ୍ପଷ୍ଟ : ବିଜେପି

ଭୁବନେଶ୍ୱର, ତା.୧୩/୦୫: ଆଜି ଭାରତୀୟ ଜନତା ପାର୍ଟିର ଗୋଟିଏ ମହତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ବିଜେଡି ବିଭିନ୍ନ କଥା କହି ଓଡ଼ିଶାର ଜନତାଙ୍କୁ ବିଭିନ୍ନ ସମୟରେ ବିଭ୍ରାନ୍ତ କରି ଆସିଛି । ଲୋକେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି । ବିଜୁ ବାବୁ ୫ଟି ସ୍ଥାନରୁ ନିର୍ବାଚନ ହାରିଥିଲେ । ଏହାକୁ ସ୍ୱୀକାର ମଧ୍ୟ କଲେ । କିନ୍ତୁ ଗୁମାସ୍ତା ଦଳୀୟ ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି, ନିର୍ବାଚନରେ ହାରିଲେ ସନ୍ନ୍ୟାସ ନେବି କହୁଛନ୍ତି । ହାରିବା ଜିତିବା ରାଜନୀତିରେ ସ୍ୱାଭାବିକ ପ୍ରକ୍ରିୟା । ଯେଉଁମାନେ ମୁହଁରେ ସୁନା ଚାମଚ ଧରି ଜନ୍ମ ହୋଇ ରାଜନୀତି କରୁଛନ୍ତି, ସେମାନେ ଟଙ୍କା ବିଦେଶରେ ରଖିଛନ୍ତି, କେଉଁ ଜାଗାରେ ରହିବ ତାହାର ଯୋଜନା କରୁଛନ୍ତି । ବିଜେଡି ନେତାମାନେ ହତାଶ ଓ ନିରାଶ ଅବସ୍ଥାରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ବିବୃତି ଦେବା ଆରମ୍ଭ କରିଛନ୍ତି । ସାଢ଼େ ୪କୋଟି ଓଡ଼ିଆ ଆମ ସହ ଅଛନ୍ତି । ଓଡ଼ିଶାରେ ସରକାର ପରିବର୍ତନ ହେବ ବୋଲି ଲୋକ ସଂକଳ୍ପ ନେଇଛନ୍ତି । ବିଜେଡି ଦଳରେ ରାଜନୈତିକ ବ୍ୟବସ୍ଥା ନାହିଁ । ଓଡ଼ିଆ ସଂସ୍କୃତି ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢ଼ୁଛି । ବିଜେପି ସାଧାରଣ ଲୋକଙ୍କ ଦଳ, ସ୍ୱତନ୍ତ୍ର ବିଚାରଧାରାରେ ବିଶ୍ୱାସ ରଖେ । ଆମ ଦଳ ସାମୁହିକ ନେତୃତ୍ୱରେ ବିଶ୍ୱାସ ରଖେ । ଏହା ବିଜେଡି ପରି ବ୍ୟକ୍ତିଗତ ମାଲିକାନା ଦଳ ନୁହେଁ । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ମୃତ୍ୟୁହାର(ଆଇଏମ୍‌ଆର) ୩୬ଥିବା ବେଳେ ଗୁଜୁରାଟରେ ୨୩ ଏବଂ ଜାତୀୟହାର ୨୮ଅଛି । ଶିଶୁ ମୃତ୍ୟୁରେ ଓଡ଼ିଶା ତୃତୀୟ ସର୍ବାଧିକ ରାଜ୍ୟ ଭାବେ ଗ୍ରସିତ ଥିବା ରିପୋର୍ଟ ପ୍ରକାଶ ପାଇଛି । ଜାତୀୟସ୍ତରରେ ସ୍ୱାସ୍ଥ୍ୟ ସେବା ବାବଦକୁ ସରକାର ମୁଣ୍ଡପିଛା ୨୦୧୪ଟଙ୍କା ଖର୍ଚ୍ଚ କରୁଥିବାବେଳେ ଗୁଜରାଟରେ ସରକାର ୧୮୬୧ଟଙ୍କା ଓ ଓଡିଶା ସରକାର ମାତ୍ର ୧୪୪୯ ଟଙ୍କା ଖର୍ଚ୍ଚ କରୁଛନ୍ତି । ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦ପ୍ରତିଶତ ପିଲା ପରୀକ୍ଷା ଦେଉନାହାନ୍ତି । ପ୍ରାୟ ୪୯.୯ପ୍ରତିଶତ ପିଲାମାନେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡୁଛନ୍ତି । ଏହା ତୁଳନାରେ ଗୁଜରାଟରେ ୨୮ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ୨୦ପ୍ରତିଶତ ଅଛି । ଦୀର୍ଘ ୨୫ବର୍ଷ ଶାସନରେ ହିଞ୍ଜିଳିରୁ କାହିଁକି ଅଧିକ ଲୋକ ଗୁଜରାଟକୁ ଦାଦନ ଖଟିବାକୁ ଯାଉଛନ୍ତି? ଏଥିରୁ ଓଡ଼ିଶାର ବାସ୍ତବ ସ୍ଥିତି ଏବଂ ସତ୍ୟ କ’ଣ ଅନୁମେୟ । 

ଆମ ଦଳ ବିଜେପି ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ବିକାଶରେ ବିଶ୍ୱାସ ରଖୁଥିବା ଦଳ । ମାତ୍ର ଏହିସବୁ ସମ୍ବେଦନଶୀଳ ବିଷୟଗୁଡିକ ଆଜି ଓଡ଼ିଶାରେ ବଡ ପ୍ରଶ୍ନବାଚୀ । ଓଡ଼ିଶାକୁ ଏପରିସ୍ଥିତିରୁ ବାହାରକୁ ଆଣିବାକୁ ହେବ । ଏକ ବିଂଶ ଶତାବ୍ଦୀରେ ଓଡ଼ିଶା ଭାଷାଭିତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ବର୍ଷ ପାଳନ କରିବ । ଏହି ସମୟରେ ଓଡ଼ିଶାକୁ ନଅଙ୍କ ଦୁର୍ଭିକ୍ଷ ଆଡକୁ ନେବା ନାଁ ରାଜ୍ୟକୁ ଏକ ନମ୍ବର କରିବା, ଏହା ହିଁ ମୂଳ ପ୍ରସଙ୍ଗ । ଓଡ଼ିଶାର କିଛି ଲୋକ ରାଜ୍ୟର ଗଣତନ୍ତ୍ରକୁ କଣ୍ଠରୋଧ କରିବାର ପ୍ରୟାସ କରୁଛନ୍ତି ଏବଂ ଭୁଲ୍ ତଥ୍ୟ ଦେଉଛନ୍ତି । ଦେଶର କୌଣସି ରାଜ୍ୟର ସଙ୍ଗୀତକୁ “ଶାସ୍ତ୍ରୀୟ ସଙ୍ଗୀତ” ମାନ୍ୟତା ଦିଆଯିବାର ବ୍ୟବସ୍ଥା ହିଁ ନାହିଁ । ଯାହା ବ୍ୟବସ୍ଥାର ନାହିଁ ସେ ପ୍ରସଙ୍ଗକୁ ଉଠାଇ ବାରମ୍ବାର ପ୍ରଶ୍ନ କରିବା ଠିକ୍ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ଓ ଅନ୍ୟପଟେ ୨୫ବର୍ଷରେ ଓଡ଼ିଶା ଯେଉଁ ସ୍ଥାନକୁ ଯିବା କଥା ସେହି ସ୍ଥାନରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଗତ ୨୫ବର୍ଷରେ ଓଡ଼ିଶାରେ ପିଇବା ପାଣି ନାହିଁ । ଦୂଷିତ ପାଣି ପିଇବା କାରଣରୁ ହଇଜା ହେଉଛି । ଜଳସେଚନର ଘୋର ଅଭାବ । ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟୟ । ଏମ୍‌ସିଆରବି ତଥ୍ୟ ଅନୁସାରେ- ମହିଳା ରାଜ୍ୟରେ ମହିଳା ଅତ୍ୟାଚାର କଥା କହୁଛନ୍ତି । ଓଡ଼ିଶାର ଏକ ତୃତୀୟାଂଶ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏ ଉପରେ ପ୍ରଶ୍ନ କଲେ ବିଜେଡି ମୋତେ ନିଚ୍ଚ ଦେଖାଇବା ସହ ଦାଦନ ଭଳି ଅପମାନ ସୂଚକ ମନ୍ତବ୍ୟ ଦେଉଛି । ରାଜମିସ୍ତ୍ରୀ ଓ ଡାକପିଅନର ଆଖ୍ୟା ଦେଉଛନ୍ତି । ଓଡ଼ିଶାବାସୀଙ୍କ କଥାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଁଚାଇବା ପାଇଁ ମୁଁ ଦାଦନ ଓ ଡାକ ପିଅନ ହେବା ପାଇଁ ଶ୍ରେୟସ୍କର ମନେ କରିବି । ଏକ ବିଂଶ ଶତାବ୍ଦୀରେ ସ୍ୱାଭିମାନୀ ଓଡ଼ିଶା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ସମସ୍ତେ ରାଜମିସ୍ତ୍ରୀର ଦାୟିତ୍ୱ ନିର୍ବାହ କରିବାକୁ ପ୍ରସ୍ତୁତ । ଏଥର ଓଡ଼ିଶାରେ ନିଶ୍ଚିୟ ପରିବର୍ତନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ସରକାର ଆଉଟସୋର୍ସ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି କି ମିଶୁନାହାନ୍ତି । କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି । ତାଙ୍କୁ ଏକପ୍ରକାର ନଜର ବନ୍ଦୀ କରାଯାଇଛି । ନବୀନ ବାବୁଙ୍କୁ ନଜର ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା ଦରକାର ହେଉଛି । ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା “ଡିପ୍ ଫେକ” ଭିଡିଓ । କେହି ଜଣେ ତାକୁ ମାଇକ୍ରୋଫୋନ ଧରି କୁହାଉଛି । “ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ କରିଥିଲେ, ତେଣୁ ବିଷୟରେ ସମସ୍ତେ ଜାଣିବା ଦରକାର” । ଏବେ ଓଡ଼ିଆ ଅସ୍ମିତା ବିପଦରେ । 

ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା ବ୍ୟବସ୍ଥା ଜାଣିଶୁଣି ଢ଼ିଲା କରାଯାଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲା । ଏହି ହତ୍ୟାକାଣ୍ଡ ପଛରେ ଷଡଯନ୍ତ୍ର ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତର ଦିଅନ୍ତୁ । ଧର୍ମାନ୍ତରିକରଣ ତତ୍ୱମାନଙ୍କ ସହିତ ନବୀନ ବାବୁଙ୍କ ସମ୍ପର୍କ କଣ? କାହିଁକି ନବୀନ ବାବୁ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । କଣ ପାଇଁ ଦରକାର ୨ଟି ନ୍ୟାୟିକ ତଦନ୍ତ କମିଶନର ରିପୋର୍ଟ ସାର୍ବଜୀନନ କରୁନାହାନ୍ତି । ରିପୋର୍ଟ ପ୍ରକାଶ ପାଇଲେ ବିଜେଡି ନେତାଙ୍କ ମୁଖା ଖୋଲିଯିବ, କାରଣ ସରକାରୀ ଦଳର ବହୁ ନେତା ଧର୍ମାନ୍ତିକରଣରେ ସଂଶ୍ଳିଷ୍ଟ ।

ସେହିପରି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ଓଡ଼ିଶାରେ ନିର୍ଣ୍ଣାୟକ ନିଷ୍ପତି ନେବାର ସମୟ ଆସିଛି । ନିର୍ବାଚନରେ ଆମେ ନେତା ବାଛିବାକୁ ଯାଉଛୁ ନା କ୍ରୀତଦାସ ବାଛିବାକୁ ଯାଉଛୁ । ବିଜେଡି ପକ୍ଷରୁ ବାରମ୍ବାର ଗୋଟିଏ କଥା କୁହାଯାଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ନେତା ବିରୋଧ କରୁଛନ୍ତି । ବିଜେପି ସବୁବେଳେ ବିକାଶର ରାଜନୀତି କରିଛି । ବିକାଶମୂଳକ କାମକୁ କେବେ ବିଜେପି ବିରୋଧ କରିନି । 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ଡିପିଆର କାହିଁକି ଭୁଲ ହେଲା ଓ ଏହା ବଦଳା ଗଲା କାହିଁକି? ଯେଉଁ ପ୍ରାଚୀନ ମଠ ସବୁ ଭଙ୍ଗା ଗଲା କେବେ ତିଆରି ହେବ । ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ଶହ କୋଟିର ବ୍ୟୟ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି । ଗତ ୫ବର୍ଷ ହେବ ଓଡ଼ିଶାର ଶାସନଭାରକୁ ଜଣେ ହାଇଜାକ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ତଙ୍କୁ ଦୂରେ ରଖିଛନ୍ତି ଗୁମାସ୍ତା । ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାକୁ ଏ ସାନ ବାବୁଙ୍କର ଅନୁମତି ଦରକାର ପଡୁଛି । ବିଜେଡି ନିଜ ଇସ୍ତାହାରରେ ୧୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ନନେବାକୁ ଘୋଷଣା କରିଛନ୍ତି । ବିଜେପି ଗ୍ୟାରେଂଟି ଦେଇଚି ଯେ ଲୋକେ ଆଦୌ ବିଜୁଳି ବିଲ୍ ଦେବେନି, ବରଂ ସମସ୍ତଙ୍କ ଘର ଉପରେ ସୋଲାର ପ୍ୟାନେଲ ବସାଇବୁ । କାହିଁକି ଓଡ଼ିଶାରେ ବିଜୁଳି ମହଙ୍ଗା? ଓଡ଼ିଶାରେ ୪୨% ଶିକ୍ଷିତ ଯୁବ ବର୍ଗ ଏବେ ବେକାରୀ ରହିଛନ୍ତି । ଦେଶର ୨୨ରାଜ୍ୟରେ ହୋଇଥିବା ବେକାରୀ ହାର ସର୍ଭେରେ ଓଡ଼ିଶା ୧ନମ୍ବର ଅଛି ।

Powered by Froala Editor

Tags BJP, BJPOdisha

Related articles Odisha News Lens 4.1

  • ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି କରି ହତ୍ୟା

    13565
    Oct 04, 2026
  • ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ
    ଦେଶ-ଦେଶାନ୍ତର

    ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ

    13673
    Oct 04, 2026
  • ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...
    ଦେଶ-ଦେଶାନ୍ତର

    ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

    14637
    Oct 03, 2026
  • ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଲେ ୟୁଏଇର ଉପ ...
    ଦେଶ-ଦେଶାନ୍ତର

    ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଲେ ୟୁଏଇର ଉପ ...

    15372
    Oct 04, 2026
  • ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ...
    ଦେଶ-ଦେଶାନ୍ତର

    ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ...

    14156
    Oct 04, 2026
  • ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ଆରମ୍ଭ, ଏହା କହିଲେ ...
    ଦେଶ-ଦେଶାନ୍ତର

    ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ଆରମ୍ଭ, ଏହା କହିଲେ ...

    13409
    Oct 04, 2026
  • ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ଧ୍ୱଂସ୍ତ
    ଜିଲ୍ଲା ପରିକ୍ରମା

    ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ଧ୍ୱଂସ୍ତ

    15097
    Oct 04, 2026
  •  କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ
    ବାଣିଜ୍ୟ

    କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14150
    Oct 04, 2026
  • ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ଆମ୍ୱୁଲାନ୍ସ  ନିଖୋଜ
    ଦେଶ-ଦେଶାନ୍ତର

    ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ଆମ୍ୱୁଲାନ୍ସ ନିଖୋଜ

    14759
    Oct 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ

    14156
    Oct 04, 2026
  • ଦେଶ-ଦେଶାନ୍ତର

    ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ଆମ୍ୱୁଲାନ୍ସ ନିଖୋଜ

    14759
    Oct 04, 2026
  • ଦେଶ-ଦେଶାନ୍ତର

    ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ

    13673
    Oct 04, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17151
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17842
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17805
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18220
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15433
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14105
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15843
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15410
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14783
    Sep 18, 2026

ବାଣିଜ୍ୟ

କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

ପ୍ରାକୃତିକ ତେଲ ତ୍ବଚା ଏବଂ ବାଳ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆ ତେଲ,ବାଦାମ ତେଲ,ଅଲିଭ ତେଲର ଫାଇଦା ବିଷୟରେ ତ ଆପଣ ଜାଣିଥିବେ କିନ୍ତୁ ଆପଣ କ’ଣ କେବେ ଅଣ୍ଡା ତେଲ ଟ୍ରାଇ କରିଛନ୍ତି? ଆସନ୍ତୁ ଜାଣିବା ଅଣ୍ଡା ତେଲ କିପରି ଭାବରେ ଆମ ବାଳ ପାଇଁ ଲାଭଦାୟକ ହୋଇଥାଏ।

ଅଣ୍ଡା ତେଲ ଅଣ୍ଡାର କେଶର ...

  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    13822
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15386
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15050
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14401
    Sep 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଲେ ୟୁଏଇର ଉପ ପ୍ରଧାନମନ୍ତ୍ରୀ

    15372
    Oct 04, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14150
    Oct 04, 2026
  • ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

    14637
    Oct 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In